www.samajalive.in
Monday, December 15, 2025
15.1 C
Bhubaneswar

ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ପୁଲିସର ଏନକାଉଣ୍ଟର : ୨ ଗୁରୁତର, ୪ ରାଉଣ୍ଡ ଗୁଳି ଓ ୨ଟି ପିସ୍ତଲ ଜବତ

ସମ୍ବଲପୁର: ପୁଲିସ ଓ ବେଆଇନ ଗୋଚାଳାଣକାରୀଙ୍କ ମଧ୍ୟରେ ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ଗୁଳିବିନିମୟ ହୋଇଛି। ପୁଲିସ ଏନକାଉଣ୍ଟରରେ ୨ଜଣ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ଜଣଙ୍କ ବାମଗୋଡ଼ ଏବଂ ଜଣଙ୍କ ଡାହାଣ ଗୋଡ଼ରେ ଗୁଳିବାଜିଛି। ଗୁରୁତର ୨ ଅପରାଧୀଙ୍କୁ ଚିକିତ୍ସା ପାଇଁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ଗୋରୁ ବୋଝେଇ ଟ୍ରକକୁ ଏକ କାରରେ ଏସକଟ୍‌‌ କରି ନେଉଥିବା ଖବର ପୁଲିସ ପାଖରେ ପହଞ୍ଚିଥିଲା। ଗୋରୁ ବୋଝେଇ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ଅପରାଧୀଙ୍କ ପକ୍ଷରୁ ୩ ରାଉଣ୍ଡ ଗୁଳି ଫାଇରିଂ କରାଯାଇଥିଲା।

- Advertisement -

ଏହାର ଜବାବରେ ପୁଲିସ ୫ ରାଉଣ୍ଡ ଫାୟାରିଂ କରଥିଲା। ଫଳରେ ଜଣଙ୍କ ବାମଗୋଡ଼ ଏବଂ ଜଣଙ୍କ ଡାହାଣ ଗୋଡ଼ରେ ଗୁଳିବାଜିଥିିଲା ଏବଂ ସେମାନେ ଗୁରୁତର ଆହତ ହୋଇଥିଲେ। ଅପରାଧୀଙ୍କଠାରୁ ୪ ରାଉଣ୍ଡ ଗୁଳି ଓ ୨ଟି ପିସ୍ତଲ ଜବତ ହୋଇଛି। ୨ ଅପରାଧୀ ପଶ୍ଚିମବଙ୍ଗ ହାୱଡ଼ାର ହୋଇଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories