ସମ୍ଭଲ : ସମ୍ଭଲର ଯେଉଁ ସ୍ଥାନରେ ଶାହି ଜାମା ମସ୍ଜିଦ ରହିଛି ସେଠାରେ ପୂର୍ବରୁ ହରିହର ମନ୍ଦିର ଥିବା ଦାବି ହେବା ପରେ ଏହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ସିଭିଲ ଜଜ୍ଙ୍କ ଅଦାଲତରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାର ଶୁଣାଣିକୁ ଏପ୍ରିଲ ୨୮କୁ ଘୁଞ୍ଚାଇ ଦେଇଛନ୍ତି ବିଚାରପତି ଆଦିତ୍ୟ ସିଂହ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ହିନ୍ଦୁ ପକ୍ଷକୁ ପ୍ରତିନିଧିତ୍ବ କରୁଥିବା ଆଇନଜୀବୀ ଗୋପାଳ ଶର୍ମା କହିଛନ୍ତି ପ୍ରତିପକ୍ଷ ଓକିଲ ଅଦାଲତରେ ଲିଖିତ ବିବରଣୀ ଦାଖଲ କରିବାର ଥିଲା। ତେବେ ସେମାନେ ଲିଖିତ ବିବରଣୀ ଦାଖଲ କରି ନ ପାରିବାରୁ ଏପ୍ରିଲ ୨୮ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ବିଚାରପତି ଦିନ ଧାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷରେ ଶାହି ଜାମା ମସ୍ଜିଦର ମୁଖ୍ୟ ଜାଫର ଅଲ୍ଲି କହିଛନ୍ତି ଏହି ମାମଲା ଉପରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ରହିତାଦେଶ ଜାରି କରିଥିବାରୁ ସିଭିଲ ଜଜ୍ଙ୍କ ଅଦାଲତରେ ଶୁଣାଣି ହୋଇନାହିଁ।
Popular Categories



