www.samajalive.in
Sunday, December 7, 2025
14.1 C
Bhubaneswar

୨୪ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ରନ୍ୟା: ଆଜି ଜାମିନ୍ ଆବେଦନର ଶୁଣାଣି

ବେଙ୍ଗାଲୁରୁ : ସୁନା ଚୋରାଚାଲାଣ ଅଭିଯୋଗରେ ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ ଅଧିକାରୀଙ୍କ ଦ୍ବାରା ଗିରଫ ହୋଇଥିବା କନ୍ନଡ଼ ଅଭିନେତ୍ରୀ ରନ୍ୟା ରାଓଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରଖିବାକୁ ନିର୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ଅଦାଲତ ବିଚାରପତି ବିଶ୍ବନାଥନ୍‌ ସି ଗୌଦାର। ଗତ ଶୁକ୍ରବାର ପଚରାଉଚରା ପାଇଁ ରାନ୍ୟାକୁ ଡିଆରଆଇ ହେପାଜତକୁ ପଠାଇଥିଲେ ସ୍ବତନ୍ତ୍ର ଅଦାଲତ ବିଚାରପତି। ଡିଆରଆଇ ହେପାଜତ ଅବଧି ଶେଷ ହେବା ପରେ ରାନ୍ୟାଙ୍କୁ ସୋମବାର ପୁନର୍ବାର ବିଚାରପତି ବିଶ୍ବନାଥନ୍‌ ସି ଗୌଦାରଙ୍କ ସମ୍ମୁଖରେ ଉପସ୍ଥିତ କରାଇଥିଲା ଡିଆରଆଇ। ପଚରାଉଚରା ସମୟରେ ରନ୍ୟା ତଦନ୍ତରେ ଆଦୌ ସହଯୋଗ କରିନଥିବା ଡିଆରଆଇ ଅଧିକାରୀ ଅଦାଲତକୁ ଜଣାଇଥିଲେ। ଯେଉଁସବୁ ପ୍ରଶ୍ନ ପଚରା ଯାଇଥିଲା ରନ୍ୟା ସେଥିମଧ୍ୟରୁ କୌଣସି ଗୋଟିଏର ଉତ୍ତର ଦେଇନଥିବା ଡିଆରଆଇ ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ନିଜ ବୟାନରେ ରନ୍ୟା କହିଥିଲେ ତାଙ୍କୁ ଡିଆରଆଇ ହେପାଜତରେ ମାନସିକ ନିର୍ଯାତନା ଦିଆଯାଇ ଥିଲା। ଡିଆରଆଇ ଅଧିକାରୀମାନେ ଯେଉଁ ପ୍ରଶ୍ନ କରିଥିଲେ ସେ ତାହାର ଉତ୍ତର ନ ଦେବାରୁ ଅଧିକାରୀମାନେ ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିବା ରନ୍ୟା ଅଭିଯୋଗ ଆଣିଥିଲେ। ଯଦିଓ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇନଥିଲା ତେବେ ଡିଆରଆଇ ଅଧିକାରୀ ପଚରାଉଚରା ସମୟରେ ତାଙ୍କୁ ମାନସିକ ଭାବେ ଦୁର୍ବଳ କରିବାକୁ ଚେଷ୍ଟା କରିଥିଲେ ବୋଲି ରନ୍ୟା ଅଦାଲତକୁ ଜଣାଇଥିଲେ। ସେହିପରି କେତେକ ନଥିପତ୍ରରେ ତାଙ୍କୁ ବାଧ୍ୟ କରାଯାଇ ଦସ୍ତଗତ ନିଆଯାଇଥିବା ରାନ୍ୟା ଅଭିଯୋଗ କରିଥିଲେ। ମାନସିକ ନିର୍ଯାତନା ସମ୍ପର୍କରେ ରାନ୍ୟା କାହିଁକି ନିଜ ଓକିଲଙ୍କୁ ଜଣାଇଲେ ନାହିଁ କିମ୍ବା ଅଦାଲତଙ୍କୁ ଲିଖିତ ଭାବେ ଜଣାଇଲେ ନାହିଁ ବୋଲି ବିଚାରପତି ପ୍ରଶ୍ନ କରିଥିଲେ। ରାନ୍ୟାଙ୍କ ତରଫରୁ ଜାମିନ ଆବେଦନ ମଙ୍ଗଳବାର ହେବ। ଏହା ବିରୋଧରେ ଆପତ୍ତି ଥିଲେ ଲିଖିତ ଭାବେ ଜଣାଇବାକୁ ସରକାରୀ ଓକିଲଙ୍କୁ ବିଚାରପତି ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ରନ୍ୟାଙ୍କୁ ନେଇ କର୍ଣ୍ଣାଟକ କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଛାଡ଼ି କର୍ଣ୍ଣାଟକ ବିଜେପି ସଭାପତି ୱାଇ. ବିଜୟନ୍ଦ୍ରେ ଦର୍ଶାଇଛନ୍ତି ରନ୍ୟା ବିପୁଳ ପରିମାଣର ସୁନା ଚୋରାଚାଲାଣ କରିଥିବା ବେଳେ ଏହାପଛରେ କଂଗ୍ରେସ ସରକାରରେ ଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବା ଭଳି ଲାଗୁଛି। ଅନ୍ୟପକ୍ଷରେ କର୍ଣ୍ଣାଟକର ପୂର୍ବ ବିଜେପି ସରକାର ରନ୍ୟାଙ୍କ ଦ୍ବାରା ପରିଚାଳିତ କମ୍ପାନୀକୁ ଟୁମାକୁରୁ ଅନ୍ତର୍ଗତ ସିରାରେ ୧୨ ଏକର ଜମି କାହିଁକି ପ୍ରଦାନ କରିଥିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ଏମ୍‌. ପାଟିଲ। କର୍ଣ୍ଣାଟକ ଗୃହ ମନ୍ତ୍ରୀ ଜି. ପରମେଶ୍ବର କହିଛନ୍ତି ଏହି ଘଟଣାକୁ କେନ୍ଦ୍ର ଓ ରାଜ୍ୟ ସରକାରର ଏଜେନ୍ସିମାନେ ତଦନ୍ତ କରୁଛନ୍ତି। ତଦନ୍ତ ଶେଷ ନ ହେବା ଯାଏ ସେ କିମ୍ବା ରାଜ୍ୟ ସରକାର କୌଣସି ମନ୍ତବ୍ୟ ଦେବା ଉଚିତ୍‌ ହେବ ନାହିଁ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories