ସମ୍ବଲପୁର: ପୁଲିସ ଓ ବେଆଇନ ଗୋଚାଳାଣକାରୀଙ୍କ ମଧ୍ୟରେ ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ଗୁଳିବିନିମୟ ହୋଇଛି। ପୁଲିସ ଏନକାଉଣ୍ଟରରେ ୨ଜଣ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ଜଣଙ୍କ ବାମଗୋଡ଼ ଏବଂ ଜଣଙ୍କ ଡାହାଣ ଗୋଡ଼ରେ ଗୁଳିବାଜିଛି। ଗୁରୁତର ୨ ଅପରାଧୀଙ୍କୁ ଚିକିତ୍ସା ପାଇଁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।
ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ଗୋରୁ ବୋଝେଇ ଟ୍ରକକୁ ଏକ କାରରେ ଏସକଟ୍ କରି ନେଉଥିବା ଖବର ପୁଲିସ ପାଖରେ ପହଞ୍ଚିଥିଲା। ଗୋରୁ ବୋଝେଇ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ଅପରାଧୀଙ୍କ ପକ୍ଷରୁ ୩ ରାଉଣ୍ଡ ଗୁଳି ଫାଇରିଂ କରାଯାଇଥିଲା।
ଏହାର ଜବାବରେ ପୁଲିସ ୫ ରାଉଣ୍ଡ ଫାୟାରିଂ କରଥିଲା। ଫଳରେ ଜଣଙ୍କ ବାମଗୋଡ଼ ଏବଂ ଜଣଙ୍କ ଡାହାଣ ଗୋଡ଼ରେ ଗୁଳିବାଜିଥିିଲା ଏବଂ ସେମାନେ ଗୁରୁତର ଆହତ ହୋଇଥିଲେ। ଅପରାଧୀଙ୍କଠାରୁ ୪ ରାଉଣ୍ଡ ଗୁଳି ଓ ୨ଟି ପିସ୍ତଲ ଜବତ ହୋଇଛି। ୨ ଅପରାଧୀ ପଶ୍ଚିମବଙ୍ଗ ହାୱଡ଼ାର ହୋଇଥିବା ସୂଚନା ମିଳିଛି।



