ବଣାଇ: ଜଳୁଛି ଜଙ୍ଗଲ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଏବଂ ରାଉରକେଲା ଡିଭିଜନ ର ବାଙ୍କୀ ରେଞ୍ଜର ବିଭିନ୍ନ ଜଙ୍ଗଲ ରେ ଏବେ ନିଆଁ ବ୍ୟାପିବାରେ ଲାଗିଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବା ଲାଗି ପ୍ରୟାସ ଜାରି ରହିଛି। ମୁଖ୍ୟତଃ ଏହି ନିଆଁ ମନୁଷ୍ୟକୃତ। ତେବେ ନିଆଁ କିପରି ବେଶୀ ଅଞ୍ଚଳକୁ ବ୍ୟାପିବନି, ସେଥିପାଇଁ ଗ୍ରାମବାସୀମାନେ ଅଣ୍ଟା ଭିଡିଛନ୍ତି। ଠେଙ୍ଗା ପାଳି କରି ଜଙ୍ଗଲକୁ ରକ୍ଷା କରିବା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଗାଁର ମହିଳା ଏବଂ ପୁରୁଷମାନେ ହାତରେ ବାଡି ଧରି ପାଳି କରି ହାତରେ ବାହି ଧରି ବୁଲୁଛନ୍ତି। ଏ ନେଇ ରେଞ୍ଜର କହିଛନ୍ତି , ଏହା ମନୁଷ୍ୟ କୃତ ନିଆଁ। ମହୁଲ, କେନ୍ଦୁପତ୍ର ଜମି ଯୋଗୁଁ ଜଙ୍ଗଲ ରେ ନିଆଁ ବ୍ୟାପୁଛି।
Popular Categories



