www.samajalive.in
Monday, December 15, 2025
14.1 C
Bhubaneswar

୨୦୨୩ରେ ହନୁମାନ ଜୟନ୍ତୀ ଦଙ୍ଗା ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର: ସମ୍ବଲପୁରର ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ବଲପୁର ଗସ୍ତ ସମୟରେ ୨୦୨୩ ମସିହାରେ ହନୁମାନ ଜୟନ୍ତୀ ସମୟରେ ହୋଇଥିବା ଦଙ୍ଗାର ଉଚିତ ତଦନ୍ତ ଓ ଷଡଯନ୍ତ୍ରକାରୀ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଏହି ଘଟଣାରେ ସାମିଲ ଷଡଯନ୍ତ୍ରକାରୀ, ତତ୍କାଳୀନ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଢ଼ିଲା ଭୂମିକା, ଉତ୍ତେଜନା ପାଇଁ ଅଭ୍ୟନ୍ତରୀଣ ଭୂମିକା ନିର୍ବାହ କରିଥିବା ବ୍ୟକ୍ତି /ମାନେ, ଅଭିଯୁକ୍ତ ମାନଙ୍କ ନାମରେ ଥିବା ମାମଲା ଗୁଡିକୁ ପ୍ରତ୍ୟାହାର, ଗୋ ହତ୍ୟା ନିମନ୍ତେ ଉଦ୍ଦିଷ୍ଟ କଂସେଇ ଖାନା ଗୁଡିକୁ ବନ୍ଦ, ଦଙ୍ଗାକାରୀ ମାନଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଆକ୍ସନ, ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ବାହାର କରିବା, ଲଭ ଜିହାଦ ବିରୋଧରେ କଠୋର ଆଇନ ଏବଂ ଦଙ୍ଗାକାରୀଙ୍କ ସମେତ ବେଆଇନ ରୂପେ ମାରଣାସ୍ତ୍ର ରଖିଥିବା ଷଡଯନ୍ତ୍ରକାରୀ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବି କରାଯାଇଛି। ପ୍ରଦତ୍ତ ଦାବିପତ୍ରରେ ସମିତିର ଆବାହକ ଜୟବ୍ରଦ ଦେ, ଗୋବିନ୍ଦ ଅଗ୍ରୱାଲ, ସମୀର ରଞ୍ଜନ ବାବୁ, ଅରୁଣ ଦାସ, ଅଜିତ କୁମାର ବେହେରା, ବିନାୟକ କୁମାର ରାମ, ଆକାଶ ଆଚାର୍ଯ୍ୟ ଙ୍କ ସମେତ ଅନେକ ସଦସ୍ୟଙ୍କ ଦସ୍ତଖତ ରହିଛି।

ଏଥି ସହ ଆଗାମୀ ହନୁମାନ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସାମିଲ ହେବା ପାଇଁ ମଧ୍ୟ ଏକ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଆଗାମୀ ୧୪ ତାରିଖ ରାତ୍ରି ୭ଟା ସମୟରେ ଆୟୋଜିତ ହେବାକୁ ଥିବା ମହା ଆଳତୀ ଏବଂ ରାତ୍ରି ୯ଟାରେ ଆୟୋଜିତ ହେବାକୁ ଥିବା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି। ନିମନ୍ତ୍ରଣ ପତ୍ରରେ ସମିତିର ଆବାହକ ଜୟବ୍ରତ ଦେ, ଗୋବିନ୍ଦ ଅଗ୍ରୱାଲ, ସମୀର ରଞ୍ଜନ ବାବୁ, ସୁଶାନ୍ତ ପୁରୋହିତ ଓ ଶୁଭେନ୍ଦୁ ମିଶ୍ରଙ୍କ ଦସ୍ତଖତ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories