ଆଜି ସମ୍ବଲପୁର ସେଲିବ୍ରେଟି ଲିଗ

ସମ୍ବଲପୁର: ଭାଇଚାରା ଓ ସଂସ୍କୃତି ସମ୍ପନ୍ନ ସହର ସମ୍ବଲପୁର ଅଟେ। ଏହା ସମ୍ବଲପୁରୀ ଭାଷା, ସଂସ୍କୃତି, ପରମ୍ପରା ଲୋକ ନୃତ୍ୟ ଗୀତ ବାଦ୍ୟକୁ ସ୍ବତନ୍ତ୍ର ପରିଚୟ ବହନ କରି ଆସିଛି। ଏହାକୁ ଉଦ୍ଜୀବିତ କରିବା ନେଇ ସମ୍ବଲପୁର ସେଲିବ୍ରେଟି ସୌହାର୍ଦ୍ଧ୍ୟ ବନ୍ଧୁତ୍ବ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ର ପରିକଳ୍ପନା କରାଯାଇଛି। ଏଥିରେ ମୋଟ ୪ଟି ଦଳ ସାମିଲ ହୋଇଛନ୍ତି। ଲୋକ କଳାକାରଙ୍କୁ ନେଇ ଦ ଫୋକ- ୧୧, ନାଟ୍ୟ କଳାକାରଙ୍କୁ ନେଇ ଥିଏଟର ଲିଜେନସ, ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଦ ନ୍ୟୁଜ ୱାରିଅର ଏବଂ ସଙ୍ଗୀତ କଳାକାରଙ୍କୁ ନେଇ ରକ୍ ଷ୍ଟାର ଦଳ ଗଠିତ କରାଯାଇଛି। ଆସନ୍ତାକାଲି ରବିବାର ୯ ତାରିଖ ସକାଳ ୭ଟାରେ ସ୍ଥାନୀୟ ହାବୱା ମଇଦାନ ଠାରେ ମ୍ୟାଚ୍ ଉଦଘାଟିତ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହୁଁଚି ଯାଇଛି। ଏ ନେଇ ଶନିବାର ସମ୍ବଲପୁର ସାମ୍ବାଦିକ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଆୟୋୟକ ସମ୍ବଲପୁର ସେଲିବ୍ରିଟି ଲିଗ୍ ର କର୍ମକର୍ତ୍ତା ମାନେ ଏହି ସୂଚନା ଦେଇଛନ୍ତି। ବରିଷ୍ଠ ସାମ୍ବାଦିକ ଶଙ୍କର ବେହେରା ଙ୍କ ସଂଯୋଜନାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ’ଛି ଛି ଛି ରେ ନନୀ …’ ର ଅଭିନେତା ବିଭୂତି ବିଶ୍ବାଳ, ଆୟୋୟକ ନନ୍ଦ କିଶୋର ସାହୁ ଏବଂ ବିପ୍ଲବ ଡ଼ନ୍ ସନା, ଫୋକ -୧୧ ର ଅଧିନାୟକ ମହେଶ ପଟେଲ. ଥିଏଟର ଲିଜେଣ୍ଡସର ଅଧିନାୟକ ସୂର୍ଯ୍ୟ ପାଣିଗ୍ରାହୀ, ରକ୍ ଷ୍ଟାର ଅଧିନାୟକ ଦୀପକ ମିଶ୍ର, ଦ ନ୍ୟୂଜ୍ ୱାରି ଅର ଉପ ଅଧିନାୟକ ଚୈତନ୍ୟ ନାୟକ ମ୍ୟାଚ୍ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
Comments are closed.