www.samajalive.in
Thursday, December 11, 2025
15.1 C
Bhubaneswar

ପକ୍ଷପାତିତା ନା ନିରପେକ୍ଷ – ବିଜୁ ଜୟନ୍ତୀରେ ଗଣମାଧ୍ୟମର ଇଏ କି ଭୂମିକା

ଡେସ୍କ: ସମୟ ସହ ଗଣତନ୍ତ୍ର ଆଭିମୁଖ୍ୟ ପରିବର୍ତ୍ତନ ହୁଏ ଓ ଅନେକ ମହାନ ରାଜନେତା ଓ ଜନନେତା କହିଛନ୍ତି ଯେ ଆଜି ଗୋଟିଏ ଦଳର ସରକାର ଅଛି, କାଲି ଆଉ କେଉଁ ଦଳର ସରକାର ଆସିବ କିନ୍ତୁ ଯେଉଁ ଦଳ ବି ସରକାର ଆସୁ, ସବୁ ସରକାରର ଗୋଟିଏ ଉଦ୍ଦେଶ୍ୟ ହେବା ଉଚିତ, ତାହା ହେଉଛି ଲୋକଙ୍କ ଉନ୍ନତି, ଦେଶ ଓ ରାଜ୍ୟର ମଙ୍ଗଳ କାମନା। କିନ୍ତୁ ଆଜି ବିଜୁ ଜୟନ୍ତୀରେ କିଛି ଗଣମାଧ୍ୟମର ପରିବର୍ତ୍ତିତ ରୂପ ଦେଖିବାକୁ ମିଳିଥିଲା।

ଆମ ରାଜ୍ୟରେ ଅନେକ ସମୟରେ ଗଣମାଧ୍ୟମ ଯୋଗୁ କେବଳ ଯେ ସରକାର ସଚେତନ ହୁଅନ୍ତି କେବଳ ସେତିକି ନୁହେଁ, ବରଂ ସାଧାରଣ ଜନତା ମଧ୍ୟ ପ୍ରତ୍ୟେକଟି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପାଇଥାନ୍ତି। କିନ୍ତୁ ଆଜି ବିଜୁ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ଥରୀୟ ସମାରୋହ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିନଥିଲେ। ଅନେକ ସମୟରେ ଗଣମାଧ୍ୟମ ସାଧାରଣ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଘଟଣାର ସିଧା ପ୍ରସାରଣ କରୁଥିବା ବେଳେ କେଉଁଥି ପାଇଁ ବିଜୁ ବାବୁଙ୍କ ସମ୍ମାନାର୍ଥେ ଆୟୋଜିତ କାର୍ଯ୍ୟକ୍ରମର ପ୍ରସାରଣ କଲେ ନାହିଁ ତାହା ଯଦିଓ ଜାଣିବା ସମ୍ଭବ ନୁହେଁ କିମ୍ବା ଏହା ସମ୍ପୃକ୍ତ ଗଣମାଧ୍ୟମର ନିଷ୍ପତ୍ତି ହୋଇପାରେ କିନ୍ତୁ ବିଜୁ ବାବୁଙ୍କ ଭଳି ଜଣେ ମହାନ ଜନନାୟକଙ୍କ ଜୟନ୍ତୀକୁ ଏଭଳି ଏଡ଼ାଇଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

- Advertisement -

ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ବିଜେପି ସରକାର ବିଜୁ ବାବୁଙ୍କ ସମ୍ମାନାର୍ଥେ ରାଜ୍ୟ ସ୍ଥରୀୟ ଜୟନ୍ତୀ ପାଳନ କରି ଓଡିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି, ସେତିକି ବେଳେ କିଛି ଗଣମାଧ୍ୟମର ଏଭଳି ଆଚରଣ ସମସ୍ତଙ୍କ ମନରେ ପ୍ରଶ୍ନଟିଏ ସୃଷ୍ଟି କରିଛି – ଏହା ପକ୍ଷପାତିତା ନା ନିରପେକ୍ଷତା!

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories