www.samajalive.in
Monday, December 15, 2025
14.1 C
Bhubaneswar

ପାନୀୟଜଳ ଯୋଗାଣ ଓ  ଡ୍ରେନ ପାଣି ନିଷ୍କାସନ ସମସ୍ୟା: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଲିତା ଟୁକୁରା ପଞ୍ଚାୟତ ର ଗାନ୍ଧିଟିକ୍ରା ଗ୍ରାମରେ ନିୟମିତ ପାନୀୟ ଜଳ ଯୋଗାଣ କରାଯାଉନାହିଁ। ଡ୍ରେନ ପାଣି ନିଷ୍କାସନ ଠିକ ଭାବରେ ହେଉନାହିଁ। ଯାହାଫଳରେ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ପ୍ରତିବାଦରେ ଗ୍ରାମବାସୀମାନେ ବୁଧବାର ପଞ୍ଚାୟତ  କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ। ଫୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ୩ ଘଣ୍ଟା ଧରି ତାଲା କରାଯିବାରୁ ପଞ୍ଚାୟତ କାର୍ଯ୍ୟାଳୟ ବାହାରେ ଓ ଭିତରେ  ଥିବା ହିତାଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ସୂଚନା ପାଇ ଘଟଣା ସ୍ଥଳକୁ ଗୋଡ଼ଭଗା ଫାଣ୍ଡି  ଅଧିକାରୀ ଓ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପହଞ୍ଚିଥିଲେ। ପଞ୍ଚାୟତକୁ ମାଗଣା ଚାଉଳ ନେବାକୁ ଆସିଥିବା  ହିତାଧିକାରୀମାନେ ଭିତରେ ଦୀର୍ଘ ୩ ଘଣ୍ଟା ରହି ହଟହଟା ହୋଇଥିବାରୁ  ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ।

ଅନ୍ୟପଟେ ଡ୍ରେନ ପାଣି ନିଷ୍କାସନ ହେଉ ନ ଥିବାରୁ ଦୁର୍ଗନ୍ଧରେ ଗ୍ରାମବାସୀ ଅତିଷ୍ଠ ହେଉଛନ୍ତି। ତେଣୁ ବାଧ୍ୟ ହୋଇ ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଳା ପକାଇଥିବା ଗ୍ରାମବାସୀ କହିଥିଲେ। ପାନୀୟ ଜଳ ସମସ୍ୟା ଦେଖାଯାଉଥିବାରୁ ଏ ବିଷୟରେ  ଦିନକୁ ଦିନ ଅଞ୍ଚଳରେ ଜନ ଅସନ୍ତୋଷ ବଢ଼ିଚାଲିଛି। ଏ ବିଷୟ ରେ ପଞ୍ଚାୟତ ଜିଆରଏସ ରବୀନ୍ଦ୍ର କଲତାଙ୍କୁ ପଚରାଯିବାରୁ ଡ୍ରେନ ସଫେଇ କରାଯିବ ଏବଂ ଅଭିଯୋଗ କରିଥିବା  ସମସ୍ୟାଗୁଡିକର ସମାଧାନ କରାଯିବ ବୋଲି କରିଥିଲେ । ଏ ବିଷୟ ରେ ଗୋଡ଼ଭଗା ଫାଣ୍ଡି ଅଧିକାରୀ ଗଣେଶ ବାରିକ କହିଛନ୍ତି, ଅଭିଯୋଗ ଉପରେ ତଦନ୍ତ କରାଯାଉଛି। ତେବେ ପ୍ରଶାସନ ଓ ପୁଲିସ  ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପଞ୍ଚାୟତ ଭିଏଲଡବ୍ଲ୍ୟୁ, ଜିଆରଏସ, ବ୍ଲକ ଜିପି ଓ ଫାଣ୍ଡି ଅଧିକାରୀ ପ୍ରମୁଖ ଗ୍ରାମବାସୀଙ୍କ ସହ ଆଲୋଚନା କଲା ପରେ ଫାଟକରୁ ଖୋଲାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories