www.samajalive.in
Tuesday, December 9, 2025
26.1 C
Bhubaneswar

ଦୁଃଖଦ; ଦୌଡୁଥିଲେ..ଶାରୀରିକ ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ

ସୁନ୍ଦରଗଡ : ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ। ଏଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ସୁନ୍ଦରଗଡରେ ଘଟିଛି । ଓଏସଏସସିର ଶାରୀରିକ ପରୀକ୍ଷା ବେଳେ ଏହି ଅଘଟଣ ଘଟିଥିବା ମଙ୍ଗଳବାର ଖବର ମିଳିଛି । ଦୌଡୁ ଥିବା ବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଫରେଷ୍ଟଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନିରୀକ୍ଷକ ପଦବୀ ପାଇଁ ଏହି ଶାରୀରିକ ପରୀକ୍ଷା କରାଯାଉଥିଲା । ମୃତକ ହେଉଛନ୍ତି ରାଉରକେଲାର ବ୍ୟାଚ୍‌ ନମ୍ବର ଏ୦୨ ପ୍ରବୀଣ କୁମାର ପଣ୍ଡା । ସେ ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ଆବେଦନ କରି ପରୀକ୍ଷା ଦେଉଥିଲେ । ଭବାନୀପୁରରୁ ବରଗଡ ୨୫ କିଲୋମିଟର ଦୌଡରେ ଭାଗ ନେଇଥିବା ବେଳେ ସଦର ଥାନା କିରେଇ ନିକଟରେ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୂର୍ବତନ ବିଧାୟକଙ୍କ ଶ୍ୱଶୁରକୁ ହତ୍ୟା କଲେ ମାଓବାଦୀ

ଦେଖନ୍ତୁ ଭିଡିଓ; ରାସ୍ତାରେ ଯାଉଥିଲେ ଯୁବକ, ହଠାତ୍‌ ସାମ୍ନାକୁ ଆସିଲା ମହାବଳ ବାଘ, ତା’ପରେ..

- Advertisement -

ମାର୍ଚ୍ଚ ୫ରେ ଗଜକେସରୀ ରାଜଯୋଗ: ଏହି ରାଶିଙ୍କ ଆଉ ରହିବନି ଚିନ୍ତା, ହଠାତ୍‌ ହେବେ ଧନୀ, କିଣିବେ ଭୂମି,ଯାନ..

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories