www.samajalive.in
Sunday, December 7, 2025
14.1 C
Bhubaneswar

ଚାନ୍ଦୁଆ ଥାନା ଚାନ୍ଦୁଆ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ, ବାପାକୁ ହତ୍ୟା ପରେ ମୁଣ୍ଡ କାଟିନେଲା ପୁଅ

ବାରିପଦା/କଳାବାଡିଆ : ମୟୁରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଜନ୍ମ କଲା ପୁଅ ଅତି ନୃଶଂସ ଭାବେ ବାପାକୁ ହତ୍ୟା କରିଛି ଏବଂ ହତ୍ୟା ପରେ ବାପାଙ୍କ ଶରୀରରୁ ମୁଣ୍ଡକୁ କାଟି ଅଲଗା କରିଦେଇଛି। ଏହାପରେ ବାପାର କଟାମୁଣ୍ଡ ଧରି ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସାନପୁଅର ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟଣା ଚାନ୍ଦୁଆ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପାରିବାରିକ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ପାରିବାରିକ କହଳ ଯୋଗୁଁ ସାନପୁଅ ପ୍ରଥମେ ବାପାକୁ ହତ୍ୟା କରିଥିଲା ଏବଂ ପରେ ବାପାର ଶରୀରରୁ ମୁଣ୍ଡକୁ କାଟି ଅଲଗା କରିଦେଇଥିଲା । ଏହାପରେ ବାପାର କଟାମୁଣ୍ଡ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

- Advertisement -

ବିଭତ୍ସ ଭାବେ ହତ୍ୟା ପରେ ବାପାର କଟା ମୁଣ୍ଡ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସାନପୁଅ ମା’କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି। ତେବେ କୌଶଳକ୍ରମେ ପୁଅର ମରଣାନ୍ତକ ଆକ୍ରମଣରୁ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଖବର ପାଇ ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌‌ ଆରମ୍ଭ କରିଛି। ପାରିବାରିକ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିବା ଏବଂ ଅଭିଯୁକ୍ତ ପୁଅକୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

ବାପାର ମୁଣ୍ଡ କାଟି ହତ୍ୟା କରିବା ପରେ ବ୍ୟାଗରେ ପୁରାଇ, ହାତରେ ଧରି ଥାନାକୁ ଚାଲି ଚାଲି ଯାଇଥିଲା ଅଭିଯୁକ୍ତ ପୁଅ। ଏହା ପରେ ହତ୍ୟାକାଣ୍ଡ ସମ୍ପକରେ ସୂଚନା ଦେବା ସହ ଅଭିଯୁକ୍ତ ପୁଅ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲା। ମୟୂରଭଞ୍ଜ ଜିଲାର ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ବିଳମ୍ୱିତ ରାତିରେ ବାପା ଓ ପୁଅ ମଧ୍ୟରେ ବଚସା ହୋଇଥିଲା। ପାରିବାରିକ ଅଶାନ୍ତି ନେଇ ବିଳମ୍ୱିତ ରାତିରେ ବାପାଙ୍କୁ ଧାରୁଆ ଅସ୍ତ୍ରରେ ପୁଅ ହତ୍ୟା କରିଥିଲା।

ମୃତ ବ୍ୟକ୍ତି ହେଉଛନ୍ତି ଚାନ୍ଦୁଆ ଗ୍ରାମର ବାଇଧର ସିଂ। ହତ୍ୟାକାରୀ ପୁଅ ଶମ୍ଭୁନାଥ ସିଂ। ଚାନ୍ଦୁଆ ପୁଲିସ କଟା ମୁଣ୍ଡ ଓ ଧାରୁଆ ଅସ୍ତ୍ରକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories