www.samajalive.in
Saturday, December 6, 2025
15.1 C
Bhubaneswar

ଜିମ୍‌ସାର୍‌ରେ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

ଗୁରୁଡ଼ିଝାଟିଆ : ସମଗ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଉଦଘାଟନ କରିଛନ୍ତି। ଏହି ଅବସରରେ ଲୋକ ସେବକ ମଣ୍ଡଳ ଓ ‘ସମାଜ’ ଦ୍ୱାରା ଆଠଗଡ଼ର ମାଧପୁରରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସା ବିଜ୍ଞାନ ଓ ଅନୁସନ୍ଧାନ ପ୍ରତିଷ୍ଠାନ(ଜିମ୍‌ସାର)ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରାଯାଇଥିଲା। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଚିବ ଡ. ପ୍ରଭାସ ଆଚାର୍ଯ୍ୟ ଏହାକୁ ଉଦ୍‌ଘାଟନ କରି କହିଥିଲେ ଯେ, ଏହି ଯୋଜନା ଦ୍ୱାରା ଆଠଗଡ଼, ଢେଙ୍କାନାଳ, ଅନଗୁଳ ଓ ବାଙ୍କୀ ଅଞ୍ଚଳର ଅଭାବୀ, ଗରିବ ରୋଗୀ ବିଶେଷ ଉପକୃତ ହେବା ସହ ଉନ୍ନତ ଚିକିତ୍ସା ପାଇପାରିବେ। ପ୍ରକାଶଯୋଗ୍ୟ ଗୋପବନ୍ଧୁ ଚିକିତ୍ସା ବିଜ୍ଞାନ ଓ ଅନୁସନ୍ଧାନ ପ୍ରତିଷ୍ଠାନରେ ଏମଆରଆଇ, ସିଟି ସ୍କାନ, ଅଲଟ୍ରା ସାଉଣ୍ଡ, ରଞ୍ଜନ ରଶ୍ମି, ସ୍ୱତନ୍ତ୍ର ନିଦାନ ପରୀକ୍ଷା କେନ୍ଦ୍ର, ଆଇସିୟୁ ଓ ବୃକକ୍ ରୋଗୀଙ୍କ ଚିକିତ୍ସା ଆଦି ଉପଲବ୍ଧ ଅଟେ। ଶଲ୍ୟ, ଭେଷଜ, ଶିଶୁ, ମହିଳା ଓ ପ୍ରସୂତି, ଅସ୍ଥି ଓ ଦନ୍ତ ଆଦି ବିଭାଗର ବିଶେଷଜ୍ଞ ଡାକ୍ତର ସେବା ଯୋଗାଇ ଦେଉଛନ୍ତି। ଉତ୍ସବରେ ଅନୁଷ୍ଠାନର ନିର୍ଦ୍ଦେଶକ ଶିବରାମ ମିଶ୍ର, ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡ଼ୱିନ ଆନନ୍ଦ ସହ ସମସ୍ତ ଚିକିତ୍ସକ ଓ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories