www.samajalive.in
Sunday, December 7, 2025
16.1 C
Bhubaneswar

ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ

ଯାଜପୁର: ଯାଜପୁର ସୁକିନ୍ଦା ଅଞ୍ଚଳରେ ଚାଞ୍ଚଲ୍ୟ। ପାରିବାରିକ ବିବାଦରୁ ସ୍ୱାମୀକୁ ମାରିଦେଲା ସ୍ତ୍ରୀ। ସ୍ୱାମୀକୁ ହତ୍ୟା ପରେ ବାଡ଼ି ପଟେ ସ୍ତ୍ରୀ ପୋତିଦେଇଥିଲା। ପରବର୍ତ୍ତି ସମୟରେ ପାରିବାରିକ କଳହରୁ ସ୍ୱାମୀକୁ ମାରିଦେଇ ଘର ବାଡ଼ି ପଟେ ପୋତିଦେଇଥିବା ଘଟଣା ସମ୍ପର୍କରେ ସ୍ତ୍ରୀ ସୁକିନ୍ଦା ଥାନା ଅଧିକାରୀଙ୍କୁ ଜଣାଇଥିଲା ଏବଂ ସୁକିନ୍ଦା ଥାନାରେ ଆତ୍ମସର୍ମପଣ କରିଥିଲା। ସୁକିନ୍ଦା ଥାନା ଘଟଣା ସମ୍ପର୍କରେ ଅବଗତ ହେବା ପରେ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି।

ସୁକିନ୍ଦା ଥାନା ଅନ୍ତର୍ଗତ ଡୁବଖାଲ ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ସ୍ୱାମୀ ବାବୁଲି ମୁଣ୍ଡାକୁ ମାରି ବାଡ଼ି ପଛ ପଟ ଜଙ୍ଗଲରେ ପୋତିଦେଇଥିଲା। ଏହାପରେ ସୁକିନ୍ଦା ଥାନାକୁ ଆସି ଅଭିଯୁକ୍ତ ସ୍ତ୍ରୀ ଆତ୍ମସମର୍ପଣ କରିଥିଲା। ପାରିବାରିକ କଳହରୁ ଏତେ ବଡ଼ କାଣ୍ଡ ହୋଇଥିବା ଜଣାପଡ଼ିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories