www.samajalive.in
Sunday, December 14, 2025
17.1 C
Bhubaneswar

୧୦ ଲକ୍ଷ କାର୍‌ରେ ନାହିଁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌

ମୁମ୍ବଇ : କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ ୨୦୨୩ରୁ ସମଗ୍ର ଦେଶରେ ଚଳାଚଳ କରୁଥିବା କାର୍‌ରେ ‘ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ’ ଲଗାଯିବାକୁ ବାଧ୍ୟତାମୂଳକ କରାଯାଇଛି। ଗାଡି ଚୋରି ରୋକିବାକୁ ଏଭଳି ନିୟମକୁ କାର୍ଯ୍ୟକାରୀ କରାଯାଇଥିଲା। ତେବେ ମହାରାଷ୍ଟ୍ରରେ ୧୦ ଲକ୍ଷରୁ ଅଧିକ କାର୍‌ରେ ଏଭଳି ନମ୍ବର ପ୍ଲେଟ ଲଗାଯାଇନଥିବା ଜଣାପଡିଛି। ଆଶ୍ଚର୍ଯ୍ୟର ପ୍ରସଙ୍ଗ ହେଉଛି ଏଥିମଧ୍ୟରୁ ଅଧିକାଂଶ କାର୍‌ ହେଉଛି ସରକାରୀ। ୨୦୧୯ ଏପ୍ରିଲ ୩୦ ପୂର୍ବରୁ ପଞ୍ଜିକୃତ ହୋଇଥିବା ଯାନ ପାଇଁ ଏହି ନିୟମ ଲାଗୁ କରାଯାଇଥିଲା। ୨୦୧୯ ଏପ୍ରିଲ ୩୦ ପରେ ବିକ୍ରି କରାଯାଇଥିବା ଯାନରେ ଏଭଳି ନମ୍ବର ପ୍ଲେଟ ଲଗାଇବା ଦାୟିତ୍ବ ନିର୍ମାଣକାରୀ କମ୍ପାନୀର ବୋଲି କୁହାଯାଇଥିଲା। ସୂଚନା ମୁତାବକ ବିଗତ ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ୧.୨୫ କୋଟି ଯାନ ପଞ୍ଜିକୃତ କରାଯାଇଛି। ଏଥିମଧ୍ୟରୁ ୧.୦୫ କୋଟି ଯାନରେ ହାଇ ସିକ୍ୟୁରିିଟି ନମ୍ବର ପ୍ଲେଟ ଲଗାଯାଇଥିବାବେଳେ ଅବଶିଷ୍ଟ ୯.୯୮ ଲକ୍ଷ ଯାନ ପୁରୁଣା ନମ୍ବର ପ୍ଲେଟରେ ଚଳାଚଳ କରୁଛି। ବର୍ତ୍ତମାନ ବିନା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରେ ଚଳାଚଳ କରୁଥିବା ଯାନଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାରାଷ୍ଟ୍ର ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଆରଟିଓ (ଆଞ୍ଚଳିକ ପରିବହନ ଅଧିକାରୀ)ଙ୍କୁ ନିର୍ଦେଶ ଦିଆଯାଇଛି। ବିରଳ ଆଲୁମିନିୟମ ମିଶ୍ରଣରେ ନିର୍ମିତ ଏହି ନମ୍ବର ପ୍ଲେଟରେ ରେଟ୍ରୋ ରିଫ୍ଲେକ୍‌ଟିଭ୍‌ ଫିଲ୍ମ ଖଞ୍ଜାଯାଇଛି ଏବଂ ସେଥିରେ ‘ଇଣ୍ଡିଆ’ ଲେଖାଯାଇଛି। ନମ୍ବର ପ୍ଲେଟରେ କ୍ରୋମିୟମରେ ନିର୍ମିତ ଅଶୋକ ଚକ୍ରର ହୋଲୋଗ୍ରାମ ଥିବାବେଳେ ୧୦ ସଂଖ୍ୟା ବିଶିଷ୍ଟ ଲେଜରରେ ଖୋଦିତ କ୍ରମିକ ନମ୍ବର ରହିଛି। ନମ୍ବର ପ୍ଲେଟକୁ ବାହାର କରିବାକୁ ଉଦ୍ୟମ କରାଗଲେ ଏହା କ୍ଷତିଗ୍ରସ୍ତ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories