www.samajalive.in
Tuesday, December 9, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ: ପୁଣି ପଡ଼ିଆରେ ବିରାଟଙ୍କ ମସ୍ତି, ଦର୍ଶକ ଉତ୍ସାହିତ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ଭାବେ ପରିଚିତ ବିରାଟ କୋହଲି ସର୍ବଦା ପଡ଼ିଆରେ ମଜାଳିଆ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ଖେଳ ମଝିରେ ଦର୍ଶକ ଓ ପ୍ରଶଂସକମାନଙ୍କୁ ଉତ୍ସାହିତ କରିବା ଲାଗି ନାଚିବା ହେଉ କିମ୍ବା ଅନ୍ୟ କୌଣସି ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିବା, ବିରାଟ କୌଣସି ଅବସରକୁ ହାତଛଡ଼ା କରନ୍ତି ନାହିଁ। ସେହିପରି ଆଉ ଏକ ମୁହୂର୍ତ୍ତ ଦେଖିବାକୁ ମିଳିଛି ରବିବାର ଅନୁଷ୍ଠିତ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ। ଥଟ୍ଟାମଜାରେ ବିରାଟ କୋହଲି ଅକ୍ଷର ପଟେଲଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଛନ୍ତି। ଯାହାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ଜଣେ ପ୍ରଶଂସକ ଏହି ଭିଡ଼ିଓକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

ରବିବାର ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୪୯ ରନ ସଂଗ୍ରହ କରିଥିଲା। ବିଜୟ ପାଇଁ ନ୍ୟୁଜିଲାଣ୍ଡକୁ ୨୫୦ ରନ ଆବଶ୍ୟକ ଥିଲା। କିନ୍ତୁ ନ୍ୟୁଜିଲାଣ୍ଡ କ୍ରମାଗତ ଉଇକେଟ ହରାଇ ବ୍ୟାଟିଂ ବିପର‌୍ୟ୍ୟୟର ସାମ୍ନା କରିଥିଲା। ଦଳ ୩୬ ଓଭର ସୁଦ୍ଧା ୧୬୯ ରନ ସଂଗ୍ରହ କରିଥିବାବେଳେ ୬ ଉଇକେଟ ହରାଇ ସାରିଥିଲା। ଭାରତ ବିଜୟ ଆଡକୁ ଅଗ୍ରଗତି କରୁଥିଲେ ହେଁ ନ୍ୟୁଜିଲାଣ୍ଡର ଧୂଆଁଦାର ବ୍ୟାଟ୍ସମ୍ୟାନ କେନ୍ ଓ୍ବିଲିଅମସନ ୭୦ ରନ କରି ଖେଳୁଥିଲେ। ଓ୍ବିଲିଅମସନ ଏକମାତ୍ର ଖେଳାଳି ଯାହାଙ୍କର ମ୍ୟାଚର ଦିଗ ବଦଳାଇଦେବାର ଦକ୍ଷତା ରହିଛି। ଏହା ଭାରତୀୟ ଖେଳାଳିଙ୍କୁ ଭଲ ଭାବରେ ଜଣାଥିଲା। ତେଣୁ ତାଙ୍କ ଉଇକେଟ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଥିଲା। ହେଲେ ସେ ସେଟ୍‌ ହୋଇସାରିଥିଲେ। ଭାରତର ବିଜୟ ପାଇଁ ତାଙ୍କ ଉଇକେଟଟି ନିତାନ୍ତ ଆବଶ୍ୟକ ହୋଇପଡ଼ିଥିଲା। ମାତ୍ର ଓ୍ବିଲିଅମସନ ଆକ୍ରମଣାତ୍ମକ ଢଙ୍ଗରେ ଖେଳି ସ୍କୋରକୁ ୧୬୯ ପର‌୍ୟ୍ୟନ୍ତ ନେଇଯାଇଥିଲେ। ଏହି ସମୟରେ ଅକ୍ଷର ପଟେଲ ବୋଲିଂ କରିବାକୁ ଆସିଥିଲେ। ତାହା ଥିଲା ତାଙ୍କ ସ୍ପେଲର ଶେଷ ଓଭର। ପ୍ରଥମ ୫ଟି ବଲରେ କୌଣସି ଉଇକେଟ ସେ ପାଇ ନ ଥିଲେ। ଶେଷ ବଲ ବାକି ଥିବାବେଳେ ଓ୍ବିଲିଅମସନ ଷ୍ଟ୍ରାଇକରେ ଥିଲେ। ଅତି ଚମତ୍କାର ଭାବେ ଅକ୍ଷର ନିଜର ଶେଷ ବଲରେ ତାଙ୍କୁ ବୋଲ୍ଡ ଆଉଟ୍ କରିଦେଇଥିଲେ। ଏହା ପରେ ଭାରତୀୟ ଶିବିରରେ ଖୁସିର ଲହରି ଖେଳିଯାଇଥିଲା। ଅକ୍ଷରଙ୍କ ଓଭର ଶେଷ ହେବା ପରେ କୋହଲି ତାଙ୍କ ନିକଟକୁ ଯାଇ ତାଙ୍କ ପାଦ ଛୁଇଁବାକୁ ଉଦ୍ୟମ କରିଥିଲେ। ମାତ୍ର ଅକ୍ଷର ତାଙ୍କୁ ଅଟକାଇଥିଲେ। କୋହଲିଙ୍କ ଏପରି ମଜାଳିଆ ଅନ୍ଦାଜ ଦର୍ଶକ ଓ ପ୍ରଶଂସକ ମହଲରେ ଉତ୍ସାହର ବାତାବରଣ ସୃଷ୍ଟି କରିଥିଲା।

- Advertisement -

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories