www.samajalive.in
Monday, December 15, 2025
15.1 C
Bhubaneswar

ମଙ୍ଗଳବାରଠୁ ୩୯ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ ଚମ୍ପିଆନସିପ୍‌‌

କେନ୍ଦୁଝରଗଡ଼: ପ୍ରଥମଥର ପାଇଁ ଚଳିତମାସ ୮ତାରିଖରୁ କେନ୍ଦୁଝର ହ୍ୟାଣ୍ଡବଲ ପଡ଼ିଆରେ ୩୯ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ ଚମ୍ପିଆନସିପ୍‌‌ ଉଦ୍‌‌ଘାଟିତ ହେବାକୁ ଯାଉଛି। ଏହି ଅବସରରେ ରବିବାର ପୂର୍ବାହ୍ନରେ ହ୍ୟାଣ୍ଡବଲ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲାପାଳ ବିଶାଲ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ପ୍ରତିଯୋଗୀଙ୍କ ପୋଷାକ, ଟ୍ରଫି ଓ ପଦକ ଉନ୍ମୋଚନ କରିବା ସହ ପ୍ରତିଯୋଗିତାର ସଫଳତା କାମନା କରିଛନ୍ତି। ଏହି ଅବସରରେ ରାଜ୍ୟ ହାଣ୍ଡବଲ ସଂଘ ସମ୍ପାଦକ ମାନସ ସିଂ ଓ ଜିଲା ସଂଘ ସଭାପତି ଇଂ ବସନ୍ତ କୁମାର ଦାନୀ, ସମ୍ପାଦକ ରିତିକ ଅଧିକାରୀ ଓ କୋଷାଧ୍ୟକ୍ଷ ଦୟାସାଗର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୫୪୦ଜଣ ଖେଳାଳୀ ଏବଂ ଅଫିସିଆଲ ଓ ସ୍ୱେଛାସେବୀଙ୍କୁ ମିଶାଇ ୨୦୦ରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ସାମିଲ ହେବେ ବୋଲି ସମ୍ପାଦକ ଶ୍ରୀ ଅଧିକାରୀ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଜିଲା ସଂଘ ଏହି ଖେଳକୁ ଆଯୋଜନ କରୁଥିବାରୁ ଜିଲାର ସମସ୍ତ ଖେଳାଳି ଖୁସି ବ୍ୟକ୍ତ କରିଛନ୍ତି। ଦୀର୍ଘ ୪୫ବର୍ଷ ପରେ କେନ୍ଦୁଝରରେ ଜାତୀୟସ୍ତରର ଏଭଳି ଏକ ପ୍ରତିଯୋଗିତା ହେଉଥିବାରୁ କେନ୍ଦୁଝରବାସୀ ଏହାକୁ ନେଇ ବେଶ୍‌‌ ଖୁସିଥିବା ସମ୍ପାଦକ ଶ୍ରୀ ଅଧିକାରୀ ଏହା କହିଛନ୍ତି। ଆସନ୍ତା ୧୨ ତାରିଖ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌‌ ଅନୁଷ୍ଠିତ ହେବବୋଲି ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ରେଫରୀ ପ୍ରଣୟ କୁମାର ପାଣି ଏହି ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories