ଦେଖନ୍ତୁ ଭିଡିଓ; ଚର୍ଚ୍ଚାରେ ହାତୀର ହେୟାର ଷ୍ଟାଇଲ୍, ଯୁବତୀଙ୍କୁ ବି ପକାଇଲା ପଛରେ

ନୂଆଦିଲ୍ଲୀ : ନୂଆ ଲୁକ୍ ଓ ସୁନ୍ଦର ଦେଖାଯିବା ପାଇଁ ଯୁବକ ହୁଅନ୍ତୁ ଅଥବା ଯୁବତୀ ନୂଆ ନୂଆ ହେୟାର ଷ୍ଟାଇଲ୍ କରି ଥାନ୍ତି । ମାତ୍ର କେବେ ହାତୀର ହେୟାର ଷ୍ଟାଇଲ୍ ଦେଖିଛନ୍ତି କି? ହାତୀର ହେୟାର ଷ୍ଟାଇଲ୍ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ତାମିଲନାଡୁର ଏହି ହାତୀ ନିଜ ଭିନ୍ନ ଓ ସୁନ୍ଦର ହେୟାର ଷ୍ଟାଇଲ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଏ ।
Bob-cut Sengamalam ନାମରେ ପ୍ରସିଦ୍ଧ ଏହି ହାତୀ ତାମିଲନାଡୁର ତିରୁବରୁର ଜିଲାର ମତ୍ରାରଗୁଡିର ରାଜଗୋପାଳସ୍ୱାମୀ ମନ୍ଦିରରେ ରୁହେ । ଯେଉଁ ଭକ୍ତ ମଧ୍ୟ ହାତୀକୁ ଦେଖନ୍ତି, ସେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି ।
ଏହି ହାତୀ ୨୦୦୩ରେ କେରଳରୁ ରାଜଗୋପାଳସ୍ୱାମୀ ମନ୍ଦିରକୁ ଅଣାଯାଇଥିଲା । ହାତୀର ଭିଡିଓ ସମଗ୍ର ସ୍ଥାନରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ହାତୀଙ୍କ ମାହୁନ୍ତ ଏହି ହେୟାର ଷ୍ଟାଇଲ୍ କରିଛନ୍ତି ବୋଲି ଜଣାପଡିଛି । ବର୍ଷ ବର୍ଷ ଏହା ଉପରେ ସେ ଧ୍ୟାନ ମଧ୍ୟ ଦିଅନ୍ତି । ହାତୀର ଭିଡିଓ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଦେଖନ୍ତୁ ଭିଡିଓ ; ମହାକୁମ୍ଭ ସ୍ନାନ, ମହିଳାଙ୍କ ଏମିତି କାମ ଦେଖି ଲୋକେ କାବା,କହିଲେ..
Comments are closed.