www.samajalive.in
Monday, December 15, 2025
14.1 C
Bhubaneswar

ଚୋକସି ଏବେ ବି ଭାରତ ନାଗରିକ; ପ୍ରତ୍ୟର୍ପଣ ପାଇଁ ଆଣ୍ଟିଗୁଆକୁ ପ୍ରବର୍ତ୍ତାଯାଉଛି

ଜର୍ଜଟାଉନ : ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକସି ଏବେ ବି ଜଣେ ଭାରତୀୟ ନାଗରିକ। ଆଣ୍ଟିଗୁଆ ଓ ବାରବୁଡା ପାସପୋର୍ଟ ହାସଲ କରିବା ସତ୍ତ୍ବେ ତାଙ୍କର ଭାରତୀୟ ନାଗରିକତ୍ବ କଟି ନାହିଁ। ଭାରତ ସରକାର ତାଙ୍କର ପ୍ରତ୍ୟର୍ପଣ ପାଇଁ ଆଣ୍ଟିଗୁଆକୁ ପ୍ରବର୍ତ୍ତାଇବା ଲାଗି ଉଦ୍ୟମ ଚଳାଇଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି। ଚୋକସିଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବଡ ଆହ୍ବାନ ହୋଇଛି। ସାଧାରଣ ନିର୍ବାଚନ ପୂର୍ବରୁ ଚୋକସିଙ୍କୁ ଫେରାଇ ଆଣିବା ଲାଗି ସରକାର ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଗତମାସରେ ଚୋକସି ଭାରତୀୟ ନାଗରିକତ୍ବ ଛାଡିବା ପୂର୍ବକ ନିଜର ପାସପୋର୍ଟ ଆଣ୍ଟିଗୁଆସ୍ଥିତ ଭାରତୀୟ ଦୂତାବାସକୁ ହସ୍ତାନ୍ତର କରିଥିଲେ।
୫୯ବର୍ଷୀୟ ଚୋକସି ପ୍ରାୟ ଏକ ବର୍ଷ ହେଲା ଆଣ୍ଟିଗୁଆରେ ରହିଆସୁଛନ୍ତି। ଏବେ ସେ ସେଠାର ନାଗରିକତ୍ବ ଗ୍ରହଣ କରିଛନ୍ତି। ତାଙ୍କର ନୂଆ ଠିକଣା ହେଉଛି ଜୋଲି ହାର୍ବର ମାର୍କ୍ସ ଆଣ୍ଟିଗୁଆ। ଗତ ଡିସେମ୍ବର ୨୫ରେ ଚୋକସି ଭାରତୀୟ ଅଦାଲତଙ୍କୁ କହିଥିଲେ ଯେ ସେ ଭାରତ ଫେରିପାରିବେ ନାହିଁ। ସ୍ବାସ୍ଥ୍ୟଗତ କାରଣରୁ ସେ ଭାରତ ଆସି ମାମଲା ଶୁଣାଣିର ସମ୍ମୁଖୀନ ହେବାକୁ ଅକ୍ଷମ। ଆଣ୍ଟିଗୁଆରୁ ଭାରତ ୪୧ଘଣ୍ଟା ବିମାନ ଯାତ୍ରା କରିବା ତାଙ୍କ ପକ୍ଷେ ଅସମ୍ଭବ ବୋଲି ଚୋକିସି କହିଥିଲେ। ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ତଦନ୍ତରେ ସାମିଲ ହେବାକୁ ପ୍ରସ୍ତୁତ ବୋଲି କହିଥିଲେ। ଚୋକସି ଓ ତାଙ୍କ ଭଣଜା ନିରବ ମୋଦୀ ପିଏନବିରୁ ପ୍ରାୟ ୧୩ହଜାର କୋଟି ଟଙ୍କା ଠକି ନେଇଛନ୍ତି। ଉଭୟ ମାମୁ ଓ ଭଣଜା ଏବେ ବିଦେଶରେ ଅଛନ୍ତି। ୨୦୧୮ ଜାନୁଆରୀ ପ୍ରଥମ ସପ୍ତାହରେ ଚୋକସି ଆଣ୍ଟିଗୁଆ ପଳାଇ ଯାଇଥିଲେ। ତାଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ସରକାର ଗତବର୍ଷ ଅଗଷ୍ଟରେ ଆଣ୍ଟିଗୁଆ ସରକାରଙ୍କୁ ନିବେଦନ ପୂର୍ବକ ଏକ ଦଳ ସେଠାକୁ ପଠାଇଥିଲେ। ଭାରତର ବିଭିନ୍ନ ଅଦାଲତ ଚୋକସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି। ଏହା ସହିତ ଇଣ୍ଟରପୋଲ ପକ୍ଷରୁ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories