ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଆଧାର ବାଧ୍ୟ ନୁହେଁ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କେନ୍ଦ୍ର ସରକାର ଦେବାକୁ ଥିବା ସହାୟତା ରାଶି ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ପ୍ରଥମ ପର୍ଯ୍ୟାୟ କିସ୍ତି ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇ ନାହିଁ। ପ୍ରଥମ ପର୍ଯ୍ୟାୟରେ ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨ହଜାର ଟଙ୍କା ଦିଆଯିବ। ତେବେ ପରବର୍ତ୍ତୀ କିସ୍ତି ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯିବ। କେନ୍ଦ୍ର ସରକାରଙ୍କ ବଜେଟ୍ ଘୋଷଣା ଅନୁଯାୟୀ ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬୦୦୦ଟଙ୍କା ଲେଖାଏଁ ଦିଆଯିବ।