www.samajalive.in
Thursday, December 11, 2025
23.1 C
Bhubaneswar

ଇଭିଏମ୍ ହ୍ୟାକ୍‌ ପ୍ରସଙ୍ଗରେ ଇସିଙ୍କୁ ଭେଟିଲେ ବିରୋଧୀ

ନୂଆଦିଲ୍ଲୀ : ଇଲେକଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍) ହ୍ୟାକ କରାଯିବା ଅଭିଯୋଗ ନେଇ ସୋମବାର ବିରୋଧୀ ଦଳଗୁଡିକ ​‌ନିର୍ବାଚନ ଆୟୋଗ (ଇସି)ଙ୍କୁ ଭେଟିଛନ୍ତି। ବିରୋଧୀ ଦଳଗୁଡିକ ଇଭିଏମ୍ ହ୍ୟାକ ଅଭିଯୋଗର ସମାଧାନ କରିବାକୁ ଦାବି କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନର ଫଳ ଘୋଷଣା ପୂର୍ବରୁ ୫୦% ଇଭିଏମ୍ ଭୋଟ ସହିତ ଓ ଭିଭିପାଟ୍‌କୁ ପୁନଃଯାଞ୍ଚ ନିଶ୍ଚିତ କରିବା ଲାଗି ବିରୋଧୀ ଦଳଗୁଡିକ ଇସିଙ୍କ ନିକଟରେ ଦାବି କରିଛନ୍ତି। ବିରୋଧୀ ଦଳ ନେତାମାନେ କହିଛନ୍ତି ଯେ ଇଭିଏମ୍‌ର କାର୍ଯ୍ୟ ଉପରେ ଦେଶବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ତେଣୁ ଏହି ସନ୍ଦେହକୁ ଇସି ଦୂର କରିବା ଦରକାର। ଇସିଙ୍କୁ ଭେଟିଥିବା ବିରୋଧୀ ଦଳ ନେତାଙ୍କ ମଧ୍ୟରେ ଥିଲେ ଗୁଲାମ ନବୀ ଆଦାଜ, ମଲ୍ଲିକାର୍ଜୁନ ଖଡଗେ, ଅହମ୍ମଦ ପଟେଲ, ଆନନ୍ଦ ଶର୍ମା, ଚନ୍ଦ୍ରବାବୁ ନାଇଡୁ, ମଜଦିନ ମେନନ, ଡେରେକ ଓବ୍ରାଏନ, ରାମଗୋପାଳ ଯାଦବ, ସତୀଶ ଚନ୍ଦ୍ର ମିଶ୍ର, ଓମାର ଅବଦୁଲ୍ଲା, ମହମ୍ମଦ ସଲିମ୍, ଟିକେ ରଙ୍ଗରାଜନ, ମନୋଜ ସିହ୍ନା, ସଞ୍ଜୟ ସିଂହ, ଡି ରାଜା ପ୍ରମୁଖ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories