www.samajalive.in
Saturday, December 13, 2025
26.1 C
Bhubaneswar

କଳାପଥରରେ ପନୀୟ ଜଳ ସଙ୍କଟ

କଳାପଥର(ବାଙ୍କୀ) : କଟକ ଜିଲା ବାଙ୍କୀ ବ୍ଳକ ଅନ୍ତର୍ଗତ କଳାପଥର ପଞ୍ଚାୟତର ଗୁରେଇପଲ୍ଲୀ ସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ରୈାଦ୍ର ତାପ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଭୂତଳ ଜଳସ୍ତର ହ୍ରାସ ଘଟୁଛି। ଫଳରେ କୂଅ, ପୋଖରୀ ଏପରିକି ଗାଁ ଗଣ୍ଡାରେ ଖୋଳାଯାଇଥିବା ନଳକୂପ ଗୁଡିକ ଶୁଖିବାକୁ ବସିଲାଣୀ। କିଛି କୂଅ ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ କିଛି ନଳକୂପରୁ ନାଲି ଦୁଷିତ ପାଣି ବାହାରୁଥିବାରୁ ସେଗୁଡିକୁ ନିଶିଦ୍ଧ କରାଯାଇଛି। କେତେକ ସ୍ଥାନରେ ନଳକୂପ ରହିଥିଲେହେଁ ହାଣ୍ଡଲ ମାରି ମାରି ହାଲିଆ ହୋଇଗଲେ ମଧ୍ୟ ପାଣି ଟୋପାଏ ବହାରୁନଥିବା ଅଭିଯୋଗ ହେଉଛି। ଅନ୍ୟ କେତେକ ସ୍ଥାନରେ ଗୋଳିଆପଣି ବାହାରୁଥିଲେ ମଧ୍ୟ ଲୋକେ ତାକୁ ବାଧ୍ୟ ହୋଇ ତାହାକୁ ପିଇବା ପାଣି ଭାବରେ ବ୍ୟବହାର କରୁଛନ୍ତି। ସ୍ୱଜଳଧାରା ଯୋଜନାରେ ଉକ୍ତ ଗୁରେଇପଲ୍ଲୀ ସାହିକୁ ବିଶୁଦ୍ଧ ପାଇପ୍‍ ପାଣି ବିଛାଯାଇଥିଲେ ମଧ୍ୟ ବସବାସ କରୁଥିବା ୪୦୦ ପରିବାରିଙ୍କୁ ସମୁଦ୍ରକୁ ସଙ୍ଖେ ଭଳି ୩ଟି ଲେଖାଏଁ ପାଣିଗରା ଲାଇନରେ ନେଉଛନ୍ତି। ନିମ୍ନ ମାନର ପାଇପ୍‍ ବଛାଯାଇଥିବା ବେଳେ ମଟର ଏକ ଘଣ୍ଟା ପରିବର୍ତ୍ତେ ୨୦ମି ଚଲାଯାଉ ଥିବା ଶିକ୍ଷୟିତ୍ରୀ ଶୈଳବାଳା ସାହୁ କହିଛନ୍ତି। ସାହିର ଶତାଧିକ ଲୋକ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ପାଇପ୍‍ ଏବଂ ମଟର ମରାମତି କରାଯାଉ ନାହିଁ, ଏବଂ ସକାଳେ ଏବଂ ଅପରାହ୍ନାରେ ୧ ଘଣ୍ଟା ମଟର ଚଲାଯାଉନାହିଁ। ଏସବୁ ପ୍ରତି ଧ୍ୟାନ ଦିଆଯାଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories