www.samajalive.in
Thursday, December 11, 2025
15.1 C
Bhubaneswar

ଭାରତକୁ ବିଜୟମାଲ୍ୟାଙ୍କ ପ୍ରତ୍ୟାର୍ପଣ ପାଇଁ ପଥ ପରିଷ୍କାର

ଲଣ୍ଡନ ..-   କିଙ୍ଗ୍‌ଫିସରର ମାଲିକ ବିଜୟ ମାଲ୍ୟାଙ୍କ ଭାରତକୁ ପ୍ରତ୍ୟାର୍ପଣ  ପାଇଁ ପଥ ପରିଷ୍କାର ହୋଇଛି ।  ବିଜୟ ମାଲ୍ୟାଙ୍କୁ  ଭାରତ ପଳାତକ ଭାବେ ଘୋଷଣା କରିଥିଲା । ହଜାର ହଜାର କୋଟି ଟଙ୍କା ଋଣ ନେବା ପରେ  ବିଜୟ ମାଲ୍ୟା ଏହାକୁ ପରିଶୋଧ କରି ନଥିଲେ । ପରେ ସେ ଭାରତରୁ ପଳାୟନ କରିଥିଲେ । ସେ ଇଂଲଣ୍ଡରେ ଆଶ୍ରୟ ନେଇଥିଲେ । ଏହାପରେ ଭାରତର ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଲଣ୍ଡନର ଅଦାଲତରେ ବିଜୟ ମାଲ୍ୟାଙ୍କର ପ୍ରତ୍ୟାର୍ପଣ ପାଇଁ ଆବେଦନ କରାଯାଇଥିଲା ।

ଫେବ୍ରୁଆରୀ ୩ ତାରିଖରେ ବ୍ରିଟେନର  ଗୃହ ବିଭାଗ ପକ୍ଷରୁ  ମାଲ୍ୟାଙ୍କ ଘଟଣାକୁ ଗୁରୁତର ସହ ନିଆଯାଇ ଏ ବିଷୟରେ ଅନୁଧ୍ୟାନ କରାଯାଇଥିଲା । ବ୍ରିଟେନର ଗୃହ ବିଭାଗର ମୁଖପାତ୍ର ଏ ବିଷୟରେ ସୂଚନା ଦେଇଥିଲେ । ଗୃହ ବିଭାଗ ଭାରତର ସମସ୍ତ ପ୍ରମାଣକୁ ଅନୁଧ୍ୟାନ କରିବା ପରେ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ମାଲ୍ୟାଙ୍କ ନିକଟରେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଅଦାଲତକୁ ଯିବା ପାଇଁ ୧୪ ଦିନ ସମୟ ରହିଛି ।

- Advertisement -

ମାର୍ଚ୍ଚ ୨ ୨୦୧୬ ମସିହାରେ ବିଜୟ ମାଲ୍ୟା ଭାରତରୁ ପଳାୟନ କରିଥିଲେ । ସେ ୯ହଜାର କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କରୁ ଋଣ ଆକାରରେ ନେବା ପରେ ଏହାକୁ ପରିଶୋଧ କରି ନ ଥିଲେ ।

ଗତ ବର୍ଷ ମାଲ୍ୟାଙ୍କର ପ୍ରତ୍ୟାର୍ପଣ ସମର୍ଥନରେ ଓ୍ୱେଷ୍ଟମିନିଷ୍ଟର ଅଦାଲତ ରାୟ ଦେଇଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories