www.samajalive.in
Sunday, December 14, 2025
17.1 C
Bhubaneswar

ପାକିସ୍ତାନକୁ ପ୍ରତିରକ୍ଷା ତଥ୍ୟ ଲିକ୍, ୩ ଗିରଫ

ଡେସ୍କ: ପାକିସ୍ତାନର ଗୁଇନ୍ଦା ଅଧିକାରୀଙ୍କୁ ସମ୍ବେଦନଶୀଳ ତଥ୍ୟ ପ୍ରଘଟ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏନ୍ଆଇଏ ବୁଧବାର କହିଛି। ଜାତୀୟ ତଦନ୍ତକାରୀ ଏଜେନ୍ସି – ଏନଆଇଏ ଏକ ବିବୃତ୍ତିରେ କହିଛି ଯେ ଏହି ତିନି ଜଣ କରୱାର ନୌସେନା ଘାଟି ଏବଂ କୋଚି ନୌସେନା ଘାଟିରେ ଥିବା ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ ବିଷୟରେ ସମ୍ବେଦନଶୀଳ ସୂଚନା ଆଦାନ ପ୍ରଦାନ କରୁଥିଲେ।

କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରୁ ବେଥାନ ଲକ୍ଷ୍ମଣ ଟଣ୍ଡେଲ ଏବଂ ଅକ୍ଷୟ ରବି ନାୟକଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଳାଷ ପିଏଙ୍କୁ ମଙ୍ଗଳବାର କେରଳର କୋଚିରୁ ଗିରଫ କରାଯାଇଛି। ସ୍ଥାନୀୟ ପୁଲିସ ସହାୟତାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ସାମାଜିକ ଗଣମାଧ୍ୟମ ଜରିଆରେ ପାକିସ୍ତାନ ଗୁଇନ୍ଦା ସଂସ୍ଥାଙ୍କ ସଂସ୍ପର୍ଶରେ ଥିବା ଜଣାପଡ଼ିଛି।

- Advertisement -

ଏନଆଇଏର ତଦନ୍ତ ଅନୁଯାୟୀ, ସେମାନେ କରୱାର ନୌସେନା ଘାଟି ଏବଂ କୋଚି ନୌସେନା ଘାଟିରେ ଥିବା ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ ବିଷୟରେ ସମ୍ବେଦନଶୀଳ ସୂଚନା ଦେଉଥିଲେ ଏବଂ ସୂଚନା ବଦଳରେ ପିଆଇଓମାନଙ୍କଠାରୁ ଟଙ୍କା ନେଉଥିଲେ। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି।

୨୦୨୧ ଜାନୁଆରୀରେ ଆନ୍ଧ୍ରପ୍ରଦେଶର କାଉଣ୍ଟର ଇଣ୍ଟେଲିଜେନ୍ସ ସେଲ୍ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏହି ମାମଲାରେ ଏନଆଇଏ ବର୍ତ୍ତମାନ ସୁଦ୍ଧା ଦୁଇ ଫେରାର ପାକିସ୍ତାନୀ ଆତଙ୍କବାଦୀଙ୍କ ସମେତ ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ୨୦୨୩ ଜୁନରେ ଆତଙ୍କବାଦ ନିରୋଧୀ ଏଜେନ୍ସି ଏହି ମାମଲାକୁ ନିଜ ହାତକୁ ନେଇଥିଲା।

ଏନଆଇଏ ତଦନ୍ତରୁ ଜଣାପଡିଛି ଯେ ଗିରଫ ହୋଇଥିବା ପାକିସ୍ତାନୀ ନାଗରିକ ମୀର ବାଲାଜ ଖାନ ଏବଂ ଆକାଶ ସୋଲାଙ୍କି ନାମକ ଜଣେ ବ୍ୟକ୍ତି ଭାରତ ବିରୋଧୀ ଷଡଯନ୍ତ୍ରର ଅଂଶ ଭାବରେ ଭାରତୀୟ ନୌସେନା ବିଷୟରେ ସମ୍ବେଦନଶୀଳ ଗୁରୁତ୍ୱପୂର୍ଣ୍ଣ ସୂଚନା ଲିକ୍ କରିବା ସହ ଜଡିତ ଗୁପ୍ତଚର ରାକେଟରେ ସମ୍ପୃକ୍ତ ଥିଲେ। ଅନ୍ୟ ଜଣେ ଫେରାର ପିଆଇଓ ଅଲଭେନ ଏବଂ ଅନ୍ୟ ଦୁଇ ଜଣ ମନମୋହନ ସୁରେନ୍ଦ୍ର ପଣ୍ଡା ଓ ଅମାନ ସଲିମ ଶେଖଙ୍କ ବିରୋଧରେ ମଧ୍ୟ ଏଜେନ୍ସି ଚାର୍ଜସିଟ୍ ଦାଖଲ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories