www.samajalive.in
Monday, December 15, 2025
17.1 C
Bhubaneswar

ବିକ୍ଷୋଭ ନିୟନ୍ତ୍ରଣ କରିବାକୁ ୧୪୦୦ ଲୋକଙ୍କୁ ହତ୍ୟା

ଢାକା: ଗତବର୍ଷ ଜୁଲାଇରେ ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ କେନ୍ଦ୍ରକରି ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। ଏହା କ୍ରମଶଃ ଉଗ୍ରରୂପ ଧାରଣ କରିଥିବାବେଳେ ଏହାକୁ ଦମନ କରିବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ହସିନାଙ୍କ ନିର୍ଦେଶକ୍ରମେ ୧୪୦୦ ବିକ୍ଷୋଭକାରୀଙ୍କୁ ହତ୍ୟା କରାଯାଇଥିଲା ବୋଲି ଜାତିସଂଘ ମାନବାଧିକାର କମିସନ ପକ୍ଷରୁ ବୁଧବାର ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିକ୍ଷୋଭକାରୀଙ୍କୁ ଗିରଫ କରାଯିବାଠାରୁ ଆରମ୍ଭ କରି ସେମାନଙ୍କୁ ନିର‌୍ୟାତନା ଦିଆଯିବା ଏବଂ କେତେକ କ୍ଷେତ୍ରରେ ବିନା ବିଚାରରେ ସେମାନଙ୍କୁ ହତ୍ୟା କରାଯାଇଥିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଭଳି ବର୍ବରୋଚିତ କାର‌୍ୟ୍ୟରେ ହସିନାଙ୍କ ନେତୃତ୍ବାଧୀନ ଆୱାମି ଲିଗ୍‌ର କର୍ମୀ ଏବଂ ବାଂଲାଦେଶ ସେନା ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଜାତିସଂଘର ଏହି ରିପୋର୍ଟକୁ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ସ୍ବାଗତ କରିଛନ୍ତି। ଜାତିସଂଘ ପ୍ରତିନିଧି ଦଳ ଗତବର୍ଷ ଜୁଲାଇ ୧ରୁ ଅଗଷ୍ଟ ୧୫ ପର‌୍ୟ୍ୟନ୍ତ ବାଂଲାଦେଶ ଗସ୍ତରେ ଯାଇ ଏହି ତଥ୍ୟ ହାସଲ କରିିଛନ୍ତି। ସ୍ଥିତି ଅଣାୟତ୍ତ ହେବାପରେ ହସିନା ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇ ଆସିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories