www.samajalive.in
Sunday, December 14, 2025
17.1 C
Bhubaneswar

ନବୀନଙ୍କୁ ରାଜ୍ୟ ଚଳାଇ ଆସିନି : ଅମିତ ଶାହା

ପୁରୀ : ନବୀନ ପଟ୍ଟନାୟକ ରାଜ୍ୟ ଶାସନ ଚଳାଇ ପାରୁନାହାନ୍ତି। ଓଡ଼ିଆ କହି ପାରୁନାହାନ୍ତି ଓ ଓଡ଼ିଆଙ୍କୁ ବୁଝି ପାରୁନାହାନ୍ତି। ବାର୍ଦ୍ଧକ୍ୟ ତାଙ୍କୁ ଗ୍ରାସ କଲାଣି। ଲୋକଙ୍କ କଥା ଶୁଣି ସ୍ଥାଣୁ ହୋଇ ରହୁଛନ୍ତି। ସବୁ ଦୃଷ୍ଟରୁ ବିଜେଡି ସରକାର ବିଫଳ ହୋଇଛି। ତେଣୁ ବିଜେଡି ସରକାର ଓଡ଼ିଶାରେ ଶାସନ କରିବା ଅଧିକାର ହରାଇ ବସିଛି। ଏଭଳି ଶକ୍ତ ଭାଷାରେ ନବୀନଙ୍କ ଉପରେ ବର୍ଷି ଓଡ଼ିଶାରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ପୁରୀର ତାଳବଣିଆରେ ରବିବାର ଆୟୋଜିତ ‘ଜନଜାତି ସଭା’ରେ ଅମିତ ଶାହା ବିଜେପିର ସଫଳତା ବଖାଣିଛନ୍ତି। ଜନଜାତିଙ୍କ ପାଇଁ କେନ୍ଦ୍ର ସରକାର କ’ଣ କରିଛନ୍ତି ତାହା ରଖିଛନ୍ତି। ଏହାସହ ବିଜେଡି ଓ ପୂର୍ବ କଂଗ୍ରେସ ସରକାର ବିଫଳତା ଗଣାଇଛନ୍ତି।
ଅମିତ ଶାହା କହିଛନ୍ତି ଯେ ମୋଦୀଙ୍କ ଶାସନକାଳ ସମୟରେ ଅନୂସୁଚିତ ଜନଜାତି ଲୋକସଭାରେ ୩୨ ସାସଂଦ ଓ ରାଜ୍ୟସଭାରେ ୪ଜଣ ସାସଂଦ ରହିଛନ୍ତି। ସେହିପରି ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ୫ଜଣ ଆଦିବାସୀ ମନ୍ତ୍ରୀ ରହିଛନ୍ତି। ବିଜେପି ଶାସିତ ଅରୁଣାଞ୍ଚଳ ପ୍ରଦେଶ ଓ ଆସାମରେ ଦୁଇ ଆଦିବାସୀ ମୁଖ୍ୟମନ୍ତ୍ରୀ ରହିଛନ୍ତି। ଅମିତ ଶାହ ଆହୁରି କହିଛନ୍ତି ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ସମୟରେ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଆରମ୍ଭ କରାଯାଇଥିଲା। ୟୁପିଏ ଶାସନ ସମୟରେ ଆଦିବାସୀ ମାନଙ୍କ ପାଇଁ ୨୦,୭୦୦କୋଟି ଟଙ୍କା ଦେଇଥିବା ବେଳେ ମୋଦୀଙ୍କ ନେତୃତାଧୀନ ଏନଡିଏ୍‍ ସରକାର ୫୦ହଜାର କୋଟି ଟଙ୍କା ପ୍ରଦାନ କରିଛି। ମୋଦୀ ସରକାର ୨୮୮ଟି ନୂତନ ମଡେଲ ବିଦ୍ୟାଳୟ ନିର୍ମାଣ କରିଛନ୍ତି। ଆଦିବାସୀ ମା ମାନେ ଯେଉଁ କେନ୍ଦୁ ପତ୍ର ସଂଗ୍ରହ କରୁଛନ୍ତି ତାହାର ଉଚିତ ମୂଲ୍ୟ କେନ୍ଦ୍ର ସରକାର ଦେଇଛନ୍ତି ବୋଲି ଅମିତ ଶାହ କହିଛନ୍ତି। 
ଆଦିବାସୀ ଭାଇଭଉଣୀ ମାନଙ୍କୁ ଦିଆଯାଉଥିବା ଟଙ୍କାରେ ହେରଫେର ନକରିବା ପାଇଁ ସବୁ ଜିଲାରେ ଜିଲା ଲଘୁ ଖଣିଜ ପାଣ୍ଠି ଗଠନ କରାଯାଇଛି।
ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବିର୍ସା ମୁଣ୍ଡାଙ୍କ ଭଳି ଦେଶର ବହୁ ଆଦିବାସୀ ନେତାଙ୍କୁ ବିଜେପି ସରକାର ସମ୍ମାନ ପ୍ରଦାନ କରିଛି।
ସେହିପରି ଚାଷୀଙ୍କ ପ୍ରସଙ୍ଗରେ ଅମିତ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି କୃଷିଋଣ ଛାଡ କରିବା କୃଷକଙ୍କ ସମାଧାନ ନୁହେଁ, ପ୍ରତିବର୍ଷ ଚାଷୀଙ୍କ ସମସ୍ୟାକୁ ସାମାଧାନ କରିବା ଆମ ଲକ୍ଷ୍ୟ। ସେଥିପାଇଁ ବିଜେପି ସରକାର ପ୍ରତି ଚାଷୀଙ୍କୁ ୬ହଜାର ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ୟୁପିଏ ସରକାର ୧୦ ବର୍ଷ ଶାସନ ସମୟରେ ୫୭ ହଜାର କୋଟି ଟଙ୍କା ଦେଇଥିବା ବେଳେ ବିଜେପିର ୧୦ ବର୍ଷ ମଧ୍ୟରେ ୭ଲକ୍ଷ୫୦ହଜାର କୋଟି ଟଙ୍କା ଦେବ ବୋଲି ଅମିତ ଶାହ କହିଛନ୍ତି।
ଓଡ଼ିଶାକୁ ମୋଦୀ ସରକାର ବର୍ତ୍ତମାନ ସୁଦ୍ଧା ୫,୧୩,୨୭୫ କୋଟି ଟଙ୍କା ଦିଆଯାଇଛି। ଏହାର ସଠିକ ବ୍ୟବହାର ନବୀନ ସରକାର କରିପାରି ନଥିବା ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories