www.samajalive.in
Sunday, December 14, 2025
19.1 C
Bhubaneswar

ଇତିହାସ ରଚିଲା ଭାରତ: ପ୍ରଥମଥର ପାଇଁ  ନ୍ୟୁଜିଲାଣ୍ଡରେ ୪-୧ ଦିନିକିଆ ଶୃଙ୍ଖଳା ଜିତିଲା

ଓ୍ୱେଲିଂଟନ- ଭାରତ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡରେ ଦିନିକିଆ ଶୃଙ୍ଖଳାକୁ ୪-୧ରେ ଜିତିଛି ।  ପ୍ରଥମଥର ପାଇଁ ୫ଟିକିଆ ଶୃଙ୍ଖଳାରେ ୪ଟି ମ୍ୟାଚ ଜିତିଛି ।  ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ୪୯.୫ ଓଭରରରେ ୧୦ ଓ୍ୱିକେଟ୍‌ ହରାଇ  ୨୫୨ ରନ୍‌ କରିଥିଲା । ଭାରତର ପ୍ରାରମ୍ଭିକ ବ୍ୟାଟସ୍‌ମ୍ୟାନ ଭଲ ବ୍ୟାଟିଂ  କରି ପାରି ନଥିଲେ । ୬ ଓଭର୍‌ରେ ଭାରତ ୨ ଓ୍ୱିକେଟ୍‌ ହରାଇ ୧୨ ରନ୍‌ କରିଥିଲା ।  ଭାରତର ଆମ୍ବାତି ରାୟୁଡୁ ସର୍ବାଧିକ ୯୦ ରନ୍‌ କରିଥିଲେ ।ଭି ଶଙ୍କର ଓ ପାଣ୍ଡ୍ୟା ୪୫ ରନ୍‌ କରିଥିଲେ ।

ଏହି ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡର ଟିମ୍‌ ୪୪.୧ ଓଭର୍‌ରେ ସମସ୍ତ ୧୦ ଓ୍ୱିକେଟ୍‌ ହରାଇ  ୨୧୭ ରନ୍‌ କରିଥିଲେ । ୟୁଜବେନ୍ଦ୍ର ଚହଲ୍‌  ସର୍ବଧିକ ତିନୋଟି ଓ୍ୱିକେଟ୍‌ ହାସଲ କରିଥିଲେ ।ଅମ୍ବାତି ରାୟୁଡୁଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ଘୋଷଣା କରାଯାଇଥିବା ବେଳେ ମହମ୍ମଦ ସାମିଙ୍କୁ ମ୍ୟାନ ଅଫ୍‌ ଦି ସିରିଜ୍‌ ଘୋଷଣା କରାଯାଇଛି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories