www.samajalive.in
Monday, December 15, 2025
26.1 C
Bhubaneswar

ବିହାର ଗାନ୍ଧୀ ମୈଦାନରୁ ମହାମେଣ୍ଟ ପାଇଁ ନିର୍ବାଚନୀ ଶଙ୍ଖ ଫୁଙ୍କିଲେ ରାହୁଲ

ପାଟନା : ବିହାରର ରାଜଧାନୀ ପାଟନାସ୍ଥିତ ଗାନ୍ଧୀ ମୈଦାନରୁ ମହାମେଣ୍ଟ ପାଇଁ ନିର୍ବାଚନୀ ଶଙ୍ଖନାଦ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏଠାରେ ରବିବାର ଆୟୋଜିତ ‘ଜନ ଆକାଂକ୍ଷା’ ର‍୍ୟାଲିରେ ରାହୁଲ ଗାନ୍ଧୀ ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଏନ୍‍ଡିଏ ସରକାରଙ୍କ ଉପରେ ବର୍ଷିଥିଲେ। କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଫେରିଲେ ଦେଶର ପ୍ରତ୍ୟେକ ଗରିବଙ୍କୁ ସର୍ବନିମ୍ନ ନିଶ୍ଚିତ ରୋଜଗାର ସୁବିଧା ଯୋଗାଇ ଦିଆଯିବ। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଭଳି ଦେଶର ସମସ୍ତ କୃଷକଙ୍କ ଋଣ ଛାଡ଼ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ମେଣ୍ଟର ସମସ୍ତ ଦଳ ପ୍ରଥେମେ ଲୋକସଭା ନିର୍ବାଚନ ପରେ ବିିହାର ବିଧାନସଭା ନିର୍ବାଚନ ଜିତିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଦୀର୍ଘ ୨୮ ବର୍ଷ ପରେ କଂଗ୍ରେସ ପାଟନା ଗାନ୍ଧୀ ମୈଦାନରେ ର‍୍ୟାଲି କରିଛି। ଏହା ପୂର୍ବରୁ ୧୯୮୯ରେ ରାଜୀବ ଗାନ୍ଧି ଏଠାରେ ର‍୍ୟାଲି କରିଥିଲେ। ଏହି ଜନ ଆକାଂକ୍ଷା ର‍୍ୟାଲିରେ ୭ଟି ଦଳର ନେତା ସାମିଲ ହୋଇଥିଲେ।
ରାହୁଲ କହିଛନ୍ତି ସେ ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ। କଂଗ୍ରେସ ଶାସନକୁ ଆସିବା ମାତ୍ରେ ପାଟନାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯିବ। ବିହାରର କୃଷକଙ୍କୁ ସମୃଦ୍ଧ କରିବା ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‍ ଖୋଲାଯିବ। ପଞ୍ଜାବ ଏବଂ ରାଜସ୍ଥାନ ଭଳି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ପରେ ବିହାରରେ ‘ସବୁଜ ବିପ୍ଳବ’ କରାଯିବ। ବିଜେପି ଉଦ୍ୟୋଗପତୀଙ୍କ ଋଣ ଛାଡ଼ କରୁଛି ହେଲେ କୃଷକଙ୍କ ଋର ଛାଡ଼ କରୁନାହିଁ। ବିଜେପି ସରକାର ବଜେଟରେ କୃଷକଙ୍କୁ ୧୭ ଟଙ୍କା ଦେଇ ସଂସଦରେ ୫ ମିନିଟର ତାଳି ବଜାଇଥିଲେ। ବିଜେପି ସରକାର ରାଫେଲ ରାଜିନାମାରେ ଦୁର୍ନୀତି କରିଛନ୍ତି। ଆମେ ୫୨୬ କୋଟି ଟଙ୍କାର ରାଫେଲ ରାଜିନାମା କରିଥିଲୁ। ହେଲେ ଏହାକୁ ବିଜେପି ସରାକର ବଢାଇ ୧୬୦୦ କୋଟି ଟଙ୍କା କରିଦେଇଛନ୍ତି। ନୋଟ ଭଲ ଲାଗିଲାନି ମୋଦୀ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ବିମୁଦ୍ରାୟନ କରିଦେଲେ। ଏହା ପୂର୍ବରୁ ଆରଜେଡି ନେତା ଜେଜସ୍ୱୀ ଯାଦବ କହିଥିଲେ ଯେ ରାହୁଲ ଗାନ୍ଧୀଙ୍କ ପାଖରେ ଦେଶର ପ୍ରଧାନମନ୍ତ୍ରୀ ହେବାର କ୍ଷମତା ରହିଛି। କଂଗ୍ରେସ ଉପରେ ସାଥୀଙ୍କୁ ଏକଜୁଟ କରିବାର ଦାୟିତ୍ୱ ରହିଛି। ଏହି ସଭାରେ ହିନ୍ଦୁସ୍ଥାର ଆୱାମ ମୋର୍ଚ୍ଚା, ଜିତନରାମ ମାଝୀ, ଲୋକତାନ୍ତ୍ରିକ ଜନତା ଦଳ, ରାଷ୍ଟ୍ରୀୟ ଜନତା ଦଳ, ବିକାଶଶୀଳ ଇନ୍ସାନ ପାର୍ଟି, ସିବିଆଇ, ସିବିଏମ୍‍ ନେତାମାନେ ଏକାଠି ହୋଇଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories