www.samajalive.in
Sunday, December 14, 2025
17.1 C
Bhubaneswar

ଗଛକୁ ପିଟିଲା ବସ୍‍, ୫ ଯାତ୍ରୀ ମୃତ

ଦେବଘର : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‍ଏମ୍‍) ର‍୍ୟାଲିରୁ ଲୋକଙ୍କୁ ନେଇ ଫେରୁଥିବା ଏକ ବସ୍‍ ଶନିବାର ରାତିରେ ତାରଠ-ପାଲୋଜୋରି ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ଅଛନ୍ତି। ଆହତଙ୍କୁ ସାରଠ ଏବଂ ଦେବଘର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଶନିବାର ଦୁର୍ଘଟଣାର ଶିକାର ଯାତ୍ରୀମାନେ ଦୁମକାରେ ଆୟୋଜିତ ୪୦ତମ ଝାଡ଼ଖଣ୍ଡ ଦିବସ ର‍୍ୟାଲିରେ ଯୋଗଦେଇ ଏକ ବସ୍‍ଯୋଗେ ଘରକୁ ଫେରୁଥିଲେ। ଘଟଣା ପରେ ଦେବଘର ସଦର ହସ୍ପିଟାଲରେ ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ରାଜ ପାଲିୱାଲ ପହଞ୍ଚି ଆହତ ଏବଂ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ସେ ମୃତକଙ୍କ ପରିବାରବର୍ଗ ଏବଂ ଆହତଙ୍କ ପାଇଁ ୫୦ ହଜାର ଲେଖାଏଁ ଟଙ୍କା ଘୋଷଣା କରିଛନ୍ତି। ସୂଚନା ଅନୁସାରେ ବସ୍‍ରେ ୪୦ରୁ ୪୫ ଯାତ୍ରୀ ଥିଲେ। ପୂର୍ବତନ ବାଚସ୍ପତି ଶଶଙ୍କା ଶେଖର ଭୋକ୍ତା ଏବଂ ପୂର୍ବତନ ମନ୍ତ୍ରୀ ଏବଂ ମଧୁପୁର ହାଜୀ ହୁସୈନ ଅନ୍ସାରୀ ରବିବାର ହସ୍ପିଟାଲରେ ପହଞ୍ଚି ଆହତଙ୍କ ଅବସ୍ଥା ବୁଝିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories