www.samajalive.in
Sunday, December 14, 2025
16.1 C
Bhubaneswar

‘ଡ୍ୟାନ୍ସ ପ୍ଲସ୍-୪’ର ବିଜେତା ସାଜିଲେ ଚେତନ ସାଲୁଙ୍ଖେ

ମୁମ୍ୱଇ: ଷ୍ଟାର୍ ପ୍ଲସରେ ପ୍ରସାରିତ ଡ୍ୟାନ୍ସ ରିୟାଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍-୪’ର ବିଜେତା ହୋଇଛନ୍ତି ପୁଣେର ୧୯ ବର୍ଷିୟ ଚେତନ ସାଲୁଙ୍ଖେ। ଶନିବାର ଆୟୋଜିତ ହୋଇଥିବା ଶୋ’ର ଗ୍ରାଣ୍ଡ ଫିନାଲେରେ ଚାରିଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ତାଙ୍କୁ ବିଜୟୀ ଘୋଷଣା କରାଯାଇଛି। ତାଙ୍କୁ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଅନ୍ୟ ତିନିଜଣ ପ୍ରତିଯୋଗୀ ହେଲେ ବର୍ତ୍ତିକା ଝା, ଭି. ଅନବିଟେବଲ୍ ଓ ସୁଜନ ଆଞ୍ଚଲ୍।

ଶୋ’ରେ ରେମୋ ଡିସୋଜା ସୁପର୍ ଜଜ୍ ଥିଲ। ସେହିପରି ଶକ୍ତି ମୋହନ, ପୁନୀତ୍ ଜେ. ପାଠକ, ଧର୍ମେଶ୍ ନିଜ ନିଜ ଟିମ୍ ର ମେଣ୍ଟର୍ ରହିଥିଲେ। ଗ୍ରାଣ୍ଡ ଫିନାଲେରେ ମେଣ୍ଟର୍ ଧର୍ମେଶ୍, ପୁନୀତ୍ ଓ ଶକ୍ତି ମୋହନ ନିଜର ପରଫର୍ମାନ୍ସ ଦେଇଥିଲେ। ଏହା ବ୍ୟତୀତ ମାଧୁରୀ ଦୀକ୍ଷିତ ମଧ୍ୟ ତାଙ୍କର ଏକ ଡ୍ୟାନ୍ସ ପରଫର୍ମାନ୍ସ ଦେଇଥିଲେ। ଏହି ଗ୍ରାଣ୍ଡ୍ ଫିନାଲେରେ ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରେ ମାଧୁରୀ, ଅନୀଲ୍ କପୁର୍, କୁମାର ସାନୁ, ଅଙ୍କିତା ଲୋଖଣ୍ଡେ, ନୋରା ଫତେହି ଏବଂ ମୌନୀ ରୟଙ୍କ ପରି କଳାକାର ରହିଥିଲେ। ଶୋ’ରେ ମାଧୁରୀ ଦୀକ୍ଷିତ ଓ ଅନୀଲ୍ କପୁର୍ ଏବଂ ରିତେଶ ଦେଶମୁଖ ତାଙ୍କ ଚଳଚ୍ଚିତ୍ର ‘ଟୋଟାଲ୍ ଧମାଲ’ ର ପ୍ରମୋସନ୍ ପାଇଁ ପହଞ୍ଚିଥିଲେ। ଏହା ବ୍ୟତୀତ ଶୋ’ରେ ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories