www.samajalive.in
Saturday, December 13, 2025
18.1 C
Bhubaneswar

‘ପ୍ରତି ବ୍ଲକରେ ହେବ ଷ୍ଟାଡିୟମ’: କ୍ରୀଡାମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାର ସମସ୍ତ ୩୧୪ ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯିବ। ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବା ନିମନ୍ତେ ୪୧୨୪ କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି। ଏହି ବ୍ଲକସ୍ତରୀୟ ଷ୍ଟାଡିୟମ ପ୍ରାୟ ୮ ରୁ ୧୦ ଏକର ସ୍ଥାନରେ ନିର୍ମାଣ କରାଯିବ। ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବା ସହ କ୍ରୀଡ଼ା ପ୍ରତିଭାର ସାମଗ୍ରିକ ବିକାଶରେ ଏହା ନିଶ୍ଚିତ ରୂପେ ସହାୟକ ହେବ। କ୍ରୀଡ଼ାର ବିକାଶ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯେପରି ବ୍ଲକସ୍ତରରେ ପହଞ୍ଚିପାରିବ, ପ୍ରତିଟି ଗାଁରେ ଯେପରି କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିବ ତାହା ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ଅଡ଼ିଟୋରିୟମ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ନିମନ୍ତେ ପ୍ରସ୍ତାବିତ ମାଷ୍ଟର ପ୍ଲାନ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଷ୍ଟାଡିୟମର ମାଷ୍ଟର ପ୍ଲାନ ଏବଂ ରୂପରେଖ ସମ୍ବନ୍ଧୀୟ ପ୍ରତୀକାତ୍ମକ ଭିଡିଓ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ସୂରଜ ଉପସ୍ଥାପିତ କରିଥିଲେ। କ୍ରୀଡ଼ାମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ପ୍ରତିଭା ମନୋନୟନ ଓ ବିକାଶ ପାଇଁ ଭିତ୍ତିଭୂମି ସୁଦୃଢ଼ କରିବାକୁ ହେବ। ତେଣୁ ଓଡ଼ିଶାର ୩୧୪ ବ୍ଲକରେ ୪୧୨୪ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ହୋଇଛି। ଆଗାମୀ ଦିନରେ ଭାରତରେ ଅଲିମ୍ପିକ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ଲକରୁ ପ୍ରତିଭା ଆସିବା ଦରକାର। ବ୍ଲକସ୍ତରୀୟ ଷ୍ଟାଡିୟମରେ ବିଭିନ୍ନ କ୍ରୀଡା ପାଇଁ ବ୍ୟବସ୍ଥା ଉପଲବ୍ଧ ହେବ। ଆଗାମୀ ଦିନରେ ବ୍ଲକ ସ୍ପୋର୍ଟସ ଅଧିକାରୀ ନିଯୁକ୍ତ ହେବେ। ସ୍ଥାନୀୟ ଅଞ୍ଚଳର ୩ ଜଣ କୋଚ୍ ରହିବେ। କ୍ରୀଡ଼ାକୁ ଜୀବିକା ଭାବେ
ଗ୍ରହଣ କରିବାକୁ ଇକୋ ସିଷ୍ଟମର ବିକଶିତ କରାଯିବ। ଓପନ ଜିମ୍‌ ବ୍ୟବସ୍ଥା ହେବ। ସମସ୍ତ କ୍ରୀଡାକୁ ଏହି ପ୍ରୋତ୍ସାହନ ଦେବାକୁ ଚିନ୍ତା କରୁଛୁ। ସର୍ବନିମ୍ନ ସାଢ଼େ ଆଠ ଏକର ଜାଗାର ମାଷ୍ଟର ପ୍ଲାନ ନକ୍ସା ପ୍ରଦାନ କରିଛନ୍ତି କ୍ରୀଡ଼ାମନ୍ତ୍ରୀ।
ପ୍ରସ୍ତାବିତ ମାଷ୍ଟର ପ୍ଲାନ ଅନୁଯାୟୀ ବ୍ଲକସ୍ତରୀୟ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ା ନିମନ୍ତେ ବ୍ୟବସ୍ଥା ଉପଲବ୍ଧ ହେବ। କ୍ରୀଡ଼ା ପ୍ରତିଭାଙ୍କ ପାଇଁ ଏହା ଏକ କ୍ରୀଡ଼ା ନର୍ସରୀ ଭାବେ କାର୍ଯ୍ୟ କରିବ। ଷ୍ଟାଡିୟମରେ ଫୁଟବଲ/କ୍ରିକେଟ ପଡିଆ, ଆଥଲେଟିକ ଟ୍ରାକ, ଥ୍ରୋ ଏରିଆ, ଜମ୍ପ ଏରିଆ, ଭଲିବଲ କୋର୍ଟ ଆଦିର ନିର୍ମାଣ କରାଯିବ। ଦେଶୀୟ ବା ଆଞ୍ଚଳିକ କ୍ରୀଡ଼ା ଯଥା ଖୋଖୋ, କବାଡ଼ି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଷ୍ଟାଡିୟମର ଇଣ୍ଡୋର ହଲରେ ବ୍ୟାଡମିଣ୍ଟନ କୋର୍ଟ, ଟେବୁଲ ଟେନିସ, ଜିମନାଷ୍ଟିକ, ଭାରୋତ୍ତୋଳନ ଆଦି ବ୍ୟବସ୍ଥା ରହିବ। ସବୁ ଷ୍ଟାଡିୟମରେ ସାଧାରଣ ସୁବିଧା କେନ୍ଦ୍ର ସହ ଷ୍ଟାଡିୟମର ବାହ୍ୟ ବିକାଶ, ବିଭିନ୍ନ ବ୍ୟବସ୍ଥା ଯଥା ଜଳ ଯୋଗାଣ, ନିଷ୍କାସନ ବା ସ୍ବେରେଜ, ଆଲୋକୀକରଣ ଉପରେ ପ୍ରାଧାନ୍ୟ ଦିଆଯିବ। ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories