www.samajalive.in
Monday, December 15, 2025
14.1 C
Bhubaneswar

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ, ୪ ଅଟକ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଓଡ଼ିଆପେଣ୍ଠ ପଞ୍ଚାୟତ ବିରିଗୁଡ଼ା ଗାଁରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ ହୋଇଛି। କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମାଙ୍କ ନିର୍ଦେଶରେ ତଦନ୍ତ ଜାରି ରହିଛି। ଲକ୍ଷ୍ମୀପୁର ଥାନାରେ ୪ ଯୁବକ ଅଟକ ରହିଛନ୍ତି। ବିରିଗୁଡ଼ାରେ ବୁଢୀ ଠାକୁରାଣୀ ଯାତ୍ରା ଅବସରରେ ଗାଁରେ ଏକ ନାଟକ ମଞ୍ଚସ୍ଥ ହୋଇଥିଲା। ନାଟ ଦେଖିବା ପାଇଁ ଆଖପାଖ ଗାଁର ବହୁ ସଂଖ୍ୟକ ଦର୍ଶକ ଯୋଗ ଦେଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଟକ ଚାଲିଥିଲା। ମଞ୍ଚ ନିକଟରୁ ଅଳ୍ପ ଦୂରରେ ଗାଁର ଜଣେ ନାବାଳିକା ତାଙ୍କର ଜଣେ ସାଙ୍ଗ ସହ କଥା ​‌େହବା ସମୟରେ ୪ ଯୁବକ ଆକ୍ରମଣ କରି ଝିଅକୁ ଗାଁ ନିକଟ ପାହାଡ଼ ଉପରକୁ ନେଇ ଗଣବଳାତ୍କାର କରିଥିବା ଲକ୍ଷ୍ମୀପୁର ଥାନାରେ ଅଭିଯୋଗ ହୋଇଛି। ଏ ଘଟଣା ଶ୍ରୀ ବର୍ମାଙ୍କ ଦୃଷ୍ଟିକୁ ଆସିଥିଲା। ସେ ଅତିରିକ୍ତ ଅତିରିକ୍ତ ଆରକ୍ଷୀ ମନୋଜ ପୂଜାରୀଙ୍କ ସହ ଲକ୍ଷ୍ମୀପୁର ଥାନା ଅଧିକାରୀ ସୁଜ୍ଞାନୀ ସାହୁ, କାକିରିଗୁମ୍ମା ଥାନା ଅଧିକାରୀ ଡିଡି ବାତ୍ରିଆଙ୍କୁ ଘଟଣାର ତୁରନ୍ତ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଘଟଣାରେ ସମ୍ପୃକ୍ତି ସନ୍ଦେହରେ ୪ ଯୁବକଙ୍କୁ ପୁଲିସ ଅଟକ ରଖି ତଦନ୍ତ କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories