www.samajalive.in
Saturday, December 6, 2025
16.1 C
Bhubaneswar

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ, ୪ ଅଟକ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଓଡ଼ିଆପେଣ୍ଠ ପଞ୍ଚାୟତ ବିରିଗୁଡ଼ା ଗାଁରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ ହୋଇଛି। କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମାଙ୍କ ନିର୍ଦେଶରେ ତଦନ୍ତ ଜାରି ରହିଛି। ଲକ୍ଷ୍ମୀପୁର ଥାନାରେ ୪ ଯୁବକ ଅଟକ ରହିଛନ୍ତି। ବିରିଗୁଡ଼ାରେ ବୁଢୀ ଠାକୁରାଣୀ ଯାତ୍ରା ଅବସରରେ ଗାଁରେ ଏକ ନାଟକ ମଞ୍ଚସ୍ଥ ହୋଇଥିଲା। ନାଟ ଦେଖିବା ପାଇଁ ଆଖପାଖ ଗାଁର ବହୁ ସଂଖ୍ୟକ ଦର୍ଶକ ଯୋଗ ଦେଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଟକ ଚାଲିଥିଲା। ମଞ୍ଚ ନିକଟରୁ ଅଳ୍ପ ଦୂରରେ ଗାଁର ଜଣେ ନାବାଳିକା ତାଙ୍କର ଜଣେ ସାଙ୍ଗ ସହ କଥା ​‌େହବା ସମୟରେ ୪ ଯୁବକ ଆକ୍ରମଣ କରି ଝିଅକୁ ଗାଁ ନିକଟ ପାହାଡ଼ ଉପରକୁ ନେଇ ଗଣବଳାତ୍କାର କରିଥିବା ଲକ୍ଷ୍ମୀପୁର ଥାନାରେ ଅଭିଯୋଗ ହୋଇଛି। ଏ ଘଟଣା ଶ୍ରୀ ବର୍ମାଙ୍କ ଦୃଷ୍ଟିକୁ ଆସିଥିଲା। ସେ ଅତିରିକ୍ତ ଅତିରିକ୍ତ ଆରକ୍ଷୀ ମନୋଜ ପୂଜାରୀଙ୍କ ସହ ଲକ୍ଷ୍ମୀପୁର ଥାନା ଅଧିକାରୀ ସୁଜ୍ଞାନୀ ସାହୁ, କାକିରିଗୁମ୍ମା ଥାନା ଅଧିକାରୀ ଡିଡି ବାତ୍ରିଆଙ୍କୁ ଘଟଣାର ତୁରନ୍ତ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଘଟଣାରେ ସମ୍ପୃକ୍ତି ସନ୍ଦେହରେ ୪ ଯୁବକଙ୍କୁ ପୁଲିସ ଅଟକ ରଖି ତଦନ୍ତ କରୁଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories