www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ଜାତୀୟ ମହିଳା ଆୟୋଗଙ୍କ ଜନଶୁଣାଣି

ଭୁବନେଶ୍ୱର : ମହିଳାଙ୍କୁ ସଶକ୍ତ କରିବା ଏବଂ ତୃଣମୂଳସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜାତୀୟ ମହିଳା ଆୟୋଗ ଜନଶୁଣାଣି କରିବେ। ‘ଜାତୀୟ ମହିଳା କମିସନ – ଆପଣଙ୍କ ଦ୍ୱାରରେ’ ଶୀର୍ଷକ ଜନଶୁଣାଣି ଆଜି ଅପରାହ୍ଣ ୨ଟାରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ଏକାମ୍ର ହଲରେ ଅନୁଷ୍ଠିତ ହେବ। ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା ରାହତକର ଏଥିରେ ଉପସ୍ଥିତି ରହିବେ। ମହିଳାଙ୍କ ସହ ଜଡ଼ିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜାତୀୟ ମହିଳା ଆୟୋଗ ଦ୍ୱାରା ଆୟୋଜିତ ଏହି ଜନଶୁଣାଣିରେ ଜିଲା ମାଜିଷ୍ଟ୍ରେଟ, ପୁଲିସ ଅଧୀକ୍ଷକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିବେ। ଭୁବନେଶ୍ୱର ଏବଂ ଆଖପାଖ ସମସ୍ତ ସହରର ମହିଳାମାନେ କୌଣସି ପ୍ରକାର ସମସ୍ୟାରେ ପୀଡ଼ିତ ଥିଲେ, ସେମାନେ ଏହି ଜନଶୁଣାଣିରେ ଅଂଶଗ୍ରହଣ କରି ନିଜର ସମସ୍ୟା ଆୟୋଗଙ୍କ ନିକଟରେ ଉପସ୍ଥାପନ କରିବାକୁ ଜାତୀୟ ମହିଳା ଆୟୋଗଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories