www.samajalive.in
Tuesday, December 9, 2025
19.1 C
Bhubaneswar

ଚେତାଇଲେ ମନ୍ତ୍ରୀ: ୧୫ ପରେ ଆଉ ବଢିବନି ଇ-କେୱାଇସି ଅବଧି, କଟିବ ନାଁ

ଭୁବନେଶ୍ଵର: ରାସନ କାର୍ଡ଼କୁ ନେଇ ରବିବାର ଏକ ବଡ଼ ଖବର ଆସିଛି। ଫେବୃୟାରୀ ୧୫ରେ ସରିବ ରାସନ କାର୍ଡ ଇ-କେୱାଇସି ଅବଧି। ଏହାପରେ ଆଉ ବଢ଼ିବନି ଇ-କେୱାଇସି ଅବଧି। ଫେବୃଆରୀ ୧୫ସୁଦ୍ଧା ଯେଉଁମାନେ ରାସନ କାର୍ଡର ଇକେୱାଇସି ନ କରିବେ, ସେମାନଙ୍କ ନାଁ କଟାଯିବ। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ଇ-କେୱାଇସି କରି ନାହାନ୍ତି। ଅବଧି ସରିବା ପୂର୍ବରୁ ନ କଲେ କାର୍ଡ଼ ସରେଣ୍ଡର ବୋଲି ଧରି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଅଧିକ ରୋଜଗାରିଆଙ୍କୁ ରାସନ କାର୍ଡ ଫେରାଇ ଦେବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମୋଟ ୮ ଲକ୍ଷ ଆୟକରଦାତା ରାସନ କାର୍ଡ ହାତେଇଛନ୍ତି। ସେଥିରୁ ୧୨ ହଜାର ଚାକିରିଆ ଓ ବଡ଼ବଡ଼ିଆ କାର୍ଡ ଫେରାଇଲେଣି ଓ ଆଗକୁ ଆହୁରି ଫେରାଇବେ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସରକାରୀ ଅଧିକାରୀମାନଙ୍କୁ ସର୍ଭେ କରିବାକୁ କୁହାଯାଇଛି। ଅଧିକ ରୋଜଗାର କରୁଥିବା ଲୋକ ଯଦି କାର୍ଡ ପାଇଛନ୍ତି, ଲିଖିତ ଭାବେ ଜଣାଇବାକୁ କୁହାଯାଇଛି। ସେମାନେ ଯଦି ସମୟ ସୀମା ଭିତରେ କାର୍ଡ ନ ଫେରାନ୍ତି, ତେବେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories