www.samajalive.in
Saturday, December 13, 2025
18.1 C
Bhubaneswar

୨୭୫୩ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତିରେ ରହିତାଦେଶ

କଟକ : ଓଡ଼ିଶା ସବର୍ଡିନେଟ ଷ୍ଟାଫ୍‌ ସିଲେକ୍ସନ୍‌ କମିସନ (ଓଏସଏସ‌ଏସସି) ଦ୍ବାରା ପରିଚାଳିତ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ମାମଲାରେ ସୋମବାର ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ମନୋନୟନ ପ୍ରକ୍ରିୟା ଜାରି ରହିବ; ମାତ୍ର ଅଦାଲତଙ୍କ ବିନା ଅନୁମତିରେ ନିଯୁକ୍ତି କରାଯାଇ ପାରିବ ନାହିଁ ବୋଲି ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ଗଙ୍ଗାମଣି ଜେନା ଓ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଏକତ୍ର ଶୁଣାଣି କରି ବିଚାରପତି ଆଦିତ୍ୟ ମହାପାତ୍ର ଏହି ନିର୍ଦେଶ ଦେଇଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଏବଂ ଓଏସଏସ‌ଏସସି ଆୟୁକ୍ତଙ୍କୁ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ତୃତୀୟ ସପ୍ତାହକୁ ସମୟ ଧାର୍ଯ୍ୟ ହୋଇଛି।
୨୦୨୩ ଏପ୍ରିଲ ୨୯ରେ ଓଏସଏସ‌ଏସସି ପକ୍ଷରୁ ୨୭୫୩ଟି ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (ମହିଳା) ପଦ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମେ ମାସ ୧ରୁ ୩୦ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଯୋଗେ ଆବେଦନ ତାରିଖ ରହିଥିଲା। ଓଏସଏସ‌ଏସସି ବିଜ୍ଞପ୍ତି ମୁତାବକ ନିଯୁକ୍ତି ନିମନ୍ତେ ଲିଖିତ ପରୀକ୍ଷାରେ ୧୦୦ ନମ୍ବର ବିକଳ୍ପ ଉତ୍ତର ମୂଳକ ପ୍ରଶ୍ନ ରହିଥିଲା। ଏଥିଲାଗି ଦୁଇ ଘଣ୍ଟା ସମୟ ଧାର୍ଯ୍ୟ ହୋଇଥିଲା। ପ୍ରତି ଭୁଲ ଉତ୍ତରରେ ୦.୨୫% ନମ୍ବର କଟିବାର ବ୍ୟବସ୍ଥା ରହିଥିଲା। ପରୀକ୍ଷା ଶେଷ ହେବା ପରେ ୨୦୨୩ ଡିସେମ୍ବର ୭ରେ ଓଏସଏସ‌ଏସସି ଏକ ନୋଟିସ ଜାରି କରିବା ସହ ଉତ୍ତର ସିଟ୍‌ ପ୍ରକାଶ କରିଥିଲା। ଏହାର ଦୁଇମାସ ପରେ ଅର୍ଥାତ୍‌ ୨୦୨୪ ଫେବୃଆରୀ ୫ରେ ଓଏସଏସ‌ଏସସି ପ୍ରକାଶ କରିଥିବା ଉତ୍ତର ଖାତାର ତ୍ରୁଟି ସଂଶୋଧନ କରିଥିଲା। ଯେଉଁଥିରେ ୨୧ ଟି ପ୍ରଶ୍ନର ଉତ୍ତରରେ ତ୍ରୁଟି ରହିଥିବା କୁହାଯାଇଥିଲା। ତନ୍ମଧ୍ୟରୁ ୧୩ଟି ପ୍ରଶ୍ନର ସଂଶୋଧିତ ଉତ୍ତର ପ୍ରକାଶ କରାଯାଇଥିବା ବେଳେ ୮ଟି ପ୍ରଶ୍ନର ଉତ୍ତର ପ୍ରକାଶ ପାଇ ନଥିଲା। ଗେସ ମାର୍କ ଆଧାରରେ ନିଯୁକ୍ତି ଦେବା ଲାଗି ଓଏସଏସ‌ଏସସି ପକ୍ଷରୁ ସ୍ଥିର କରାଯାଇଥିଲା। ମାତ୍ର ଏପରି ନିଯୁକ୍ତି ଦ୍ବାରା ବହୁ ମେଧା ଆଶାୟୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେବେ ଏବଂ ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି ଥିବା ଅଭିଯୋଗ ଆଣି ବହୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତ ଏହି ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଯୁକ୍ତି ଉପରେ ରହିତାଦେଶ ଜାରି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡ଼ଙ୍ଗୀ ମାମଲା ପରିଚାଳନା କରୁଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories