www.samajalive.in
Wednesday, December 10, 2025
17.1 C
Bhubaneswar

ଅନଲାଇନରେ ମିଥ୍ୟା ଭିଡିଓ ଅପଲୋଡ ପ୍ରସଙ୍ଗ: ହାଇ​କୋର୍ଟଙ୍କ ଦ୍ବାରସ୍ଥ ହେଲେ ଆରାଧ୍ୟା ବଚ୍ଚନ

ନୂଆଦିଲ୍ଲୀ: ବିଭିନ୍ନ ୱେବସାଇଟ୍‌ରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ମିଥ୍ୟା ଓ ଭିତ୍ତିହୀନ ସମ୍ବାଦ ପରିବେଷଣ କରାଯାଉଥିବା ପ୍ରତିବାଦରେ ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଅଭିଷେକ-ଐଶ୍ଵର୍ଯ୍ୟା ବଚ୍ଚନଙ୍କ କନ୍ୟା ଆରାଧ୍ୟା ଇତିମଧ୍ୟରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି। ସୋମବାର ମାମଲାର ଶୁଣାଣି କରାଯାଇଥିବାବେଳେ ବିଶ୍ବର ସର୍ବବୃହତ ସର୍ଚ୍ଚ ଇଞ୍ଜିନ ଗୁଗ୍‌ଲକୁ ନୋଟିସ ଇସ୍ୟୁ କରାଯାଇଛି। ସୂଚନାଯୋଗ୍ୟ ଆରାଧ୍ୟା ୨୦୨୩ରେ ଏଭଳି ଏକ ପିଟିସନ ଦାଏର କରିଥିଲେ। ସେତେବେଳେ ହାଇକୋର୍ଟ ଏହାର ଶୁଣାଣି କରି ଏଭଳି ବିଭ୍ରାନ୍ତିକର ଭିଡିଓଗୁଡିକୁ ତୁରନ୍ତ ଡିଲିଟ୍‌ କରିବାକୁ ସର୍ଚ୍ଚ ଇଞ୍ଜିନ ଗୁଗ୍‌ଲକୁ ନିର୍ଦେଶ ଦେଇଥିଲେ। ୧୩ ବର୍ଷୀୟ ଆରାଧ୍ୟା ଗୁରୁତର ଅସୁସ୍ଥ ଅଛନ୍ତି ବୋଲି ଏହି ଭିଡିଓରେ ପ୍ରସାର କରାଯାଉଛି। ଏପରିକି କେତେକ ୱେବସାଇଟ ଆଉ ପାଦେ ଆଗେଇ ଯାଇ ଆରାଧ୍ୟାଙ୍କର ପ୍ରାଣହାନି ଘଟିସାରିଛି ଏବଂ ବଚ୍ଚନ ପରିବାର ପକ୍ଷରୁ ଏହାକୁ ଗୋପନ ରଖାଯାଇଛି ବୋଲି ଅପପ୍ରଚାର କରିିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories