www.samajalive.in
Monday, December 8, 2025
27.1 C
Bhubaneswar

ବାରବାଟୀ ଦିନିକିଆ: ପହଞ୍ଚିଲେ ବିସିସିଆଇ କ୍ୟୁରେଟର, ପ୍ରସ୍ତୁତିର ସମୀକ୍ଷା କଲେ କ୍ରୀଡ଼ା ସଚିବ

କଟକ : ବାରବାଟୀରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆକୁ ଆଉ ମାତ୍ର ୫ ଦିନ ବାକି ରହିଛି। ଏ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ଏଥିସହ ପିଚ୍‌ର ସ୍ଥିତି ଅନୁଧ୍ୟାନ ପାଇଁ ବିସିସିଆଇର ପିଚ୍‌ କ୍ୟୁରେଟର ପ୍ରକାଶ ଯାଦବ ଷ୍ଟାଡିୟମକୁ ପରିଦର୍ଶନ କରିଛନ୍ତି। ସେ ପିଚ୍‌କୁ ବୁଲି ଦେଖିବା ସହ ଓସିଏର ମୁଖ୍ୟ ପିଚ୍‌ କ୍ୟୁରେଟର୍‌ ଅଞ୍ଜନ କୁମାର ଖୁଣ୍ଟିଆଙ୍କର ସହ ଆଲୋଚନା କରିଥିଲେ। ପୂର୍ବରୁ ବିସିସିଆଇ ମୁଖ୍ୟ କ୍ୟୁରେଟର ଆଶିଷ ଭୌମିକ ପିଚ୍‌ ଅନୁଧ୍ୟାନ କରି ଫେରିଥିଲେ।

ତେବେ ପ୍ରକାଶ ମ୍ୟାଚ୍‌‌ ପର୍ଯ୍ୟନ୍ତ କଟକରେ ରହିବେ ବୋଲି ଜଣାପଡ଼ିଛି। ବାରବାଟୀର ପିଚ୍‌‌ ଏବଂ ଆଉଟଫିଲ୍‌ଡ ଅନୁଧ୍ୟାନ କରିବା ପରେ କ୍ୟୁରେଟର ପ୍ରକାଶ ସନ୍ତୋଷ ବ୍ୟକ୍ତ କରିଥିଲେ। ଭାରତ-ଇଂଲଣ୍ଡ ବିପକ୍ଷ ଦିବାରାତ୍ର ମ୍ୟାଚ୍‌‌ ହାଇସ୍କୋରିଂ ହେବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମା ଅପରାହ୍ନରେ ବାରବାଟୀରେ ପହଞ୍ଚିଥିଲେ। ମ୍ୟାଚ୍‌‌ ଆୟୋଜନର ସମସ୍ତ ଦିଗ ଅନୁଧ୍ୟାନ କରିବା ସହ ଓସିଏର କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।

- Advertisement -

ସେ ସବୁ ଗ୍ୟାଲେରି ସହ ଖେଳାଳି ବସିବା ସ୍ଥାନ ଏବଂ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଥି​ଲେ। ମୁଖ୍ୟମନ୍ତ୍ରୀ ଏବଂ କ୍ରୀଡ଼ାମନ୍ତ୍ରୀଙ୍କ ସମେତ ବହୁ ବିସିସିଆଇର ଅଧିକାରୀ ମ୍ୟାଚ୍‌ରେ ଯୋଗଦେବାକୁ ଥିବାରୁ ସବୁ ବନ୍ଦୋବସ୍ତ ନେଇ ସଚିବ ତଜର୍ମା କରିଥିଲେ। ଅନ୍ୟପକ୍ଷରେ ମ୍ୟାଚ୍‌ ସମୟରେ ଶୃଙ୍ଖଳା ରକ୍ଷା ନେଇ ଓସିଏ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏବେ ରଙ୍ଗ କାର୍ଯ୍ୟ ୮୦ ପ୍ରତିଶତ ଶେଷ ହୋଇ ସାରିଥିବା ବେଳେ ପାଭିଲିୟନ ନବୀକରଣ ଚୂଡାନ୍ତ ହୋଇଛି। ଅଫ୍‌ଲାଇନରେ ଟିକଟ ବିକ୍ରି ପାଇଁ ମଧ୍ୟ ବ୍ୟାରିକେଡ୍‌ ବ୍ୟବସ୍ଥା ହେଲାଣି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories