www.samajalive.in
Saturday, December 13, 2025
14.1 C
Bhubaneswar

ମୋଦୀଙ୍କ ପାଇଁ ଲବି କରିବାକୁ ଆମେରିକା ଯାଇଥିଲେ ଜୟଶଙ୍କର: ରାହୁଲ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଛି। ସୋମବାର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ନିଜର ଅଭିଭାଷଣରେ ରାହୁଲ କହିଥିଲେ ଯେ ସରକାର ଆର୍ଥିକ ନୀତିକୁ ଗୁରୁତ୍ବ ଦେଉନାହାନ୍ତି। ଏଥିପାଇଁ ସରକାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଆମେରିକା ପଠାଇ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତେ ନିମନ୍ତ୍ରଣ ପତ୍ର ଯୋଗାଡ ଉଦ୍ୟମ କରିଛନ୍ତି। ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ନିମନ୍ତ୍ରଣ ପତ୍ର ଯୋଗାଡ କରି ଆମେରିକାରେ ତାଙ୍କର ରାଜାଭିଷେକ କରାଇବାକୁ ଚାହୁଁଛନ୍ତି। ରାହୁଲ କହିଥିଲେ ଯେ ଆମର ଉତ୍ପାଦନ ବ୍ୟବସ୍ଥା ଓ କୃତ୍ରିମ ବୁଦ୍ଧିମତା (ଏଆଇ) ଭଳି ଉନ୍ନତ ବୈଷୟିକ ଜ୍ଞାନକୌଶଳ ଥାଆନ୍ତା ତେବେ ଆମେରିକା ରାଷ୍ଟ୍ରପତି ଭାରତକୁ ଆସି ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥାନ୍ତେ। ଆମେ ଉନ୍ନତି କରୁଥିଲେ ମଧ୍ୟ ଏହା ଦ୍ରୁତ ଉନ୍ନତି ନୁହେଁ। ଆମ ବିକାଶରେ ଯେଉଁ ପ୍ରତିବନ୍ଧକ ସୃଷ୍ଟି ହୋଇଛି ତାହା ହେଉଛି ବେକାରୀ ସମସ୍ୟା। ବେକାରୀ ସମସ୍ୟାକୁ ସମାଧାନ କରିବାରେ ଆମେ ବିଫଳ ହୋଇଛେ। ନିଯୁକ୍ତିକୁ ନେଇ ୟୁପିଏ କିମ୍ବା ଏନଡିଏ ସରକାର ଯୁବକଙ୍କୁ ସ୍ପଷ୍ଟ ଉତ୍ତର ଦେବାରେ ବିଫଳ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ନେଇ ରାହୁଲ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ସେ ଏକାଗ୍ରତା ବଜାୟ ରଖିବାରେ ବିଫଳ ହୋଇଥିଲେ। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ସରକାରଙ୍କ କାର‌୍ୟ୍ୟକଳାପକୁ ପ୍ରଶଂସା କରିଥିଲେ।
ରାହୁଲ କହିଥିଲେ ଯେ ଚୀନ ନିର୍ମିତ ସାମଗ୍ରୀ ଉପରେ ଭାରତର ନିର୍ଭରଶୀଳତା ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଭାରତରେ ଚୀନର ଉପସ୍ଥିତିକୁ ନେଇ ସରକାର ଯେଉଁ ନୀତି ନିର୍ଦ୍ଧାରଣ କରୁଛନ୍ତି ତାକୁ ରାହୁଲ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମେକ୍ ଇନ୍‌ ଇଣ୍ଡିଆ ଯୋଜନା ବିଫଳ ହେଇଛି। ସ୍ବଦେଶୀ ସାମଗ୍ରୀ ନିର୍ମାଣ କରିବାରେ ସରକାରଙ୍କ ଆନ୍ତରିକତା ନାହିଁ। ଭାରତ ମାଟିରେ ଚୀନର ଉପସ୍ଥିତି ଯୋଗୁଁ ମେକ୍ ଇନ ଇଣ୍ଡିଆ ଯୋଜନା ବିଫଳ ହୋଇଛି। ସରକାରଙ୍କ ମେକ୍‌ ଇନ ଇଣ୍ଡିଆ ଆନ୍ଦୋଳନରୁ ଓହରି ଯାଇ ଚୀନ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆମର ସେନାମୁଖ୍ୟ ସ୍ବୀକାର କହିଛନ୍ତି ଯେ ଭାରତ ଭୂଖଣ୍ଡରେ ଚୀନର ଉପସ୍ଥିତି ରହିଛି। ରାହୁଲ ଆହୁରି କହିଥିଲେ ଯେ ଲୋକସଭା ନିର୍ବାଚନ ପରେ ମହାରାଷ୍ଟ୍ରରେ ଭୋଟର ସଂଖ୍ୟା ୭୦ଲକ୍ଷ ବୃଦ୍ଧି ପାଇଥିଲା। ଏହି ଭୋଟର ସଂଖ୍ୟାରେ ବୃଦ୍ଧି ଯୋଗୁଁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ବିପୁଳ ବିଜୟ ହାସଲ କରିଥିଲା। ରାହୁଲଙ୍କ ମନ୍ତବ୍ୟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ଉପସ୍ଥିତ ରହିଥିଲେ। ମୋଦୀଙ୍କ ପାଇଁ ନମନ୍ତ୍ରଣ ପତ୍ର ଯୋଗାଡ କରିବାକୁ ଜୟଶଙ୍କର ଆମେରିକା ଯାଇଥିବା ନେଇ ରାହୁଲଙ୍କ ମନ୍ତବ୍ୟ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ବିରୋଧୀ ଦଳ ନେତା ଅବାସ୍ତବ କଥା କହୁଛନ୍ତି। ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବା ଦୁଇଦେଶର ସମ୍ପର୍କର ନିବିଡତାକୁ ସୂଚିତ କରୁଛି। ମାତ୍ର ରାହୁଲ ଏହା ଉପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories