www.samajalive.in
Monday, December 15, 2025
14.1 C
Bhubaneswar

ପୂର୍ବତନ ଜିଲାପାଳଙ୍କ ବିରୋଧରେ ଏନବିଡବ୍ଲ୍ୟୁ

ସମାଜ ଡିଜିଟାଲ ଡେସ୍କ: ମାଲକାନଗିରି ଜିଲାର ପୂର୍ବତନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନବିଡବ୍ଲ୍ୟୁ) ଜାରି ହୋଇଛି। ମାଲକାନଗିରି ଏସଡିଜେଏମ କୋର୍ଟ ମନୀଷ ଏବଂ ଅନ୍ୟ ୩ ଜଣଙ୍କ ବିରୋଧରେ ଏହି ଏନବିଡବ୍ଲ୍ୟୁ ଜାରି କରିଛନ୍ତି।

ସୂଚନା ଅନୁସାରେ, ୨୦୧୯ରେ ମନୀଷ ମାଲକାନଗିରି ଜିଲାର ଜିଲାପାଳ ଥିଲେ। ତାଙ୍କ ବ୍ୟକ୍ତିଗତ ସହାୟକ ଥିଲେ ଦେବ ନାରାୟଣ ପଣ୍ଡା। ୨୦୧୯ ଡିସେମ୍ବର ୨୭ରେ ଦେବନାରାୟଣ ହଠାନ ନିଖୋଜ ହୋଇଯାଇଥିଲେ। ଏହା ପରଦିନ ତାଙ୍କ ମୃତଦେହ ସତୀଗୁଡ଼ା ଜଳଭଣ୍ଡାରରୁ ମିଳିଥିଲା। ଦେବ ନାରାୟଣଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ। ଏହି ମାମଲାରେ କୋର୍ଟ ତତ୍କାଳୀନ ଜିଲାପାଳ ମନୀଷ ଏବଂ ଅନ୍ୟ ୩ ଜଣଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲେ। ବାରମ୍ବାର ନୋଟିସ ସତ୍ବେ ହାଜର ନ ହେବାରୁ ମନୀଷ ଏବଂ ଅନ୍ୟ ୩ ଜଣଙ୍କ ବିରୋଧରେ କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories