www.samajalive.in
Monday, December 15, 2025
14.1 C
Bhubaneswar

ପ୍ରତିଶ୍ରୁତି ମିଳୁଛି, ହେଲେ କାର୍ଯ୍ୟ ଶୂନ: ଗ୍ରାମବାସୀଙ୍କ ଭରସା କାଠପୋଲ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଅନେକ ଦୁର୍ଗମ ଗାଁକୁ ଆଜିବି ରାସ୍ତା ନିର୍ମାଣ ହୋଇପାରିନି । ଆଉ କିଛି ଗାଁକୁ ମାଟି ରାସ୍ତା ଥିଲେ ମଧ୍ୟ ନଦୀନାଳରେ ପୋଲ ନାହିଁ । ଫଳରେ ଲୋକେ ବର୍ଷ ବର୍ଷ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ଦଦରା କାଠପୋଲରେ ଯାତାୟାତ କରୁଛନ୍ତି । ରାସ୍ତା ଓ ପୋଲ ନିର୍ମାଣ ଦିଗରେ ପ୍ରଶାସନ ଦୃଷ୍ଟି ଦେଉ ନ ଥିବା କହିଛନ୍ତି ପାଦେରିମାହାସାହି ଗ୍ରାମବାସୀ। ଅନେକ ଥର ପ୍ରତିଶ୍ରୁତି ମିଳିବା ସତ୍ବେ ଗ୍ରାମବାସୀଙ୍କ ପାଇଁ ଏକ ପୋଲ ନିର୍ମାଣ ହୋଇପାରୁ ନାହିଁ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁସାରେ, କନୂଆଗାଁ ବ୍ଲକ ଚାଞ୍ଚେଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଦେରିମାହା ସାହିର ଗ୍ରାମବାସୀ ଦୈନନ୍ଦିନ ଜୀବନଜୀବିକା ସହିତ ପିଡିଏସ ସାମଗ୍ରୀ, ଭତ୍ତା ପାଇଁ, ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ରକୁ ଯିବା ଲାଗି ନାଳ ଅତିକ୍ରମ କରିବାକୁ ପଡ଼ୁଛି। ହେଲେ ନାଳରେ ସ୍ଥାୟ ପୋଲ ନ ଥିବାରୁ କାଠ ପୋଲ ସେମାନଙ୍କ ଭରସା ପାଲଟିଛି। ଛୋଟ ପିଲାମାନେ ଦଦରା କାଠପୋଲ ଦେଇ ବିପଦପୂର୍ଣ୍ଣ ଭାବେ ଅଙ୍ଗନୱାଡି କେନ୍ଦ୍ର ଯାଉଛନ୍ତି। ଗାଁକୁ ଭଲ ରାସ୍ତା ଖଣ୍ଡିଏ ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରୁ ନ ଥିବା କହିଛନ୍ତି। ଏହି କାଠପୋଲ ଦେଇ ଅଙ୍ଗନୱାଡି କିମ୍ବା ପଞ୍ଚାୟତ କାର୍ଯ୍ୟାଳୟ ନିକଟ ହେଉଥିବାରୁ ଅଞ୍ଚଳବାସୀ କାଠପୋଲ ଉପରେ ହିଁ ନିର୍ଭର କରୁଛନ୍ତି। ପୋଲ ନିର୍ମାଣ ନିମନ୍ତେ ବାରମ୍ବାର ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ବ୍ଲକ ପ୍ରଶାସନର ଅବହେଳା ଯୋଗୁ ଏଯାଏ ପୋଲ ନିର୍ମାଣ ହୋଇପାରୁ ନାହିଁ। ଫଳରେ ଗ୍ରାମବାସୀ ଏକତ୍ରିତ ହୋଇ ପ୍ରତ୍ୟେକ ବର୍ଷ କାଠପୋଲ ନିର୍ମାଣ କରନ୍ତି ବୋଲି କହିଛନ୍ତି। ଗମନାଗମନ ପାଇଁ  ସ୍ଥାୟୀ ପୋଲ ନିର୍ମାଣ ଲାଗି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories