www.samajalive.in
Saturday, December 13, 2025
15.1 C
Bhubaneswar

ବଜେଟରେ ଓଡ଼ିଶାକୁ ଅବହେଳା କରାଯାଇଛି: ବିଜେଡି

ସମାଜ ଡିଜିଟାଲ ଡେସ୍କ: ସାଧାରଣ ବଜେଟରେ ଓଡ଼ିଶାକୁ ଅବହେଳା କରାଯାଇଥିବା ଅଭିଯୋଗ କରିଛି ବିଜେଡି। ଡବଲ ଇଞ୍ଜିନ ସରକାର ଥାଇ ଓଡ଼ିଶାକୁ କିଛି ସ୍ବତନ୍ତ୍ର ସୁବିଧା ମିଳିଲାନି ବୋଲି ବିଜେଡି ଅଭିଯୋଗ କରିବା ସହିତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରକୁ କଡ଼ା ସମାଲୋଚନା କରିଛି।

ସୋମବାର ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ଦଳ କହିଛି ଯେ, କେନ୍ଦ୍ର ସରକାର ବଜେଟରେ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇଛନ୍ତି। ରାଜ୍ୟବାସୀଙ୍କୁ ସରକାର ଧୋକ୍କା ଦେଇଛନ୍ତି। ବଜେଟରେ ଓଡ଼ିଶାକୁ ସ୍ବତନ୍ତ୍ର ଭାବେ କିଛି ମିଳିନାହିଁ। ୨୦ ସାଂସଦ ଓ ଡବଲ ଇଞ୍ଜିନ ସରକାର ଥାଇ ବି ରାଜ୍ୟ ପାଇଁ କିଛି ନାହିଁ। ନିର୍ବାଚନ ପୂର୍ବରୁ ବିଜେପି ଜୋରସୋରରେ ପ୍ରଚାର କରି କହୁଥିଲା ଡବଲ ଇଞ୍ଜିନ ସରକାରରେ ଡବଲ ସହାୟତା ମିଳିବ। ହେଲେ କେତେ ଡବଲ ସହାୟତା ମିଳିଛି ତାହା ଜଳଜଳ ହୋଇ ଦିଶୁଛି। ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ମିଳିଲାନି। ଦରଦାମ ବୃଦ୍ଧି ହ୍ରାସ ନେଇ ବଜେଟରେ କିଛି ବ୍ୟବସ୍ଥା କରାଯାଇନାହିଁ। ଘରୋଇ ଗ୍ୟାସ ସିଲିଣ୍ଡର ଦର ହ୍ରାସର ପ୍ରାବଧାନ ନାହିଁ। ବିକାଶ ଓ ସାମାଜିକ କ୍ଷେତ୍ର ପାଇଁ ଅଧିକ ଅର୍ଥ ବରାଦ ହୋଇନାହିଁ ବୋଲି ବିଜେଡି କହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories