ରାଇକିଆ : ରାଇକିଆରେ ଫେବୃଆରୀ ମାସ ଆରମ୍ଭରୁ ମେ’ ମାସର ଖରା,ଗରମ ଅନୁଭୂତ ହେଉଛି। ଶୀତ ସମ୍ପୂର୍ଣ୍ଣ ଗାଏବ ହୋଇ ଯାଇଛି। ଲୋକଙ୍କ ଦେହରେ ଆଉ ଶୀତ ବସ୍ତ୍ର ଦେଖାଯାଉନି। ସକାଳୁ ଆକାଶ ସମ୍ପୂର୍ଣ୍ଣ ନିର୍ମଳ ହୋଇଥିବାବେଳେ ଧିରେ ଧିରେ ଟାଇଁ ଟାଇଁ ଖରା ଆରମ୍ଭ ହୋଇଯାଉଛି । ଦିନ ଯେମିତି ବଢୁଛି ଖରାର ପ୍ରକୋପ ମଧ୍ୟ ବୃଦ୍ଧି ପାଉଛି। ଗରମ ଝାଞ୍ଜି ପବନ ମଧ୍ୟ ଅନୁଭୂତ ହେଉଛି। ଅଞ୍ଚଳରେ ପୂର୍ବ ବର୍ଷ ମାନଙ୍କରେ ଫେବୃୟାରୀ ମାସ ଶେଷ ପର୍ଯ୍ୟାୟ ଶୀତ ରହିଥାଏ। କିନ୍ତୁ ଚଳିତ ବର୍ଷ ପାଗରେ ପରିବର୍ତ୍ତନ ଯୋଗୁଁ ଏହାର ବ୍ୟତିକ୍ରମ ଦେଖାଦେଇଛି। ଚଳିତବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ସାଧାରଣରେ ଆଲୋଚନା ହୋଇଛି।
Popular Categories



