www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରୟାଗରାଜରେ ତୃତୀୟ ଅମୃତ ସ୍ନାନ: ଗାଡି ପ୍ରବେଶ ଏବଂ ଭିଭିଆଇପି ପାସ୍ ରଦ୍ଦ

ନୂଆଦିଲ୍ଲୀ : ଆଜି  ପ୍ରୟାଗରାଜରେ ତୃତୀୟ ଅମୃତ ସ୍ନାନ। ବିଭିନ୍ନ ଆଖଡା ତରଫରୁ ଅମୃତ ସ୍ନାନ ଚାଲିଛି। ଆଜି ତୃତୀୟ ଅମୃତ ସ୍ନାନ ଅବସରରେ କୋଟି କୋଟି ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି। ପୂର୍ବରୁ ଦୁଇଟି ଅମୃତ ସ୍ନାନ ସରିଥିବାବେଳେ ଆଜି ତୃତୀୟ ସ୍ନାନ ହେଉଛି। ଆସନ୍ତା ଫେବୃଆରୀ ୧୨ ତାରିଖ ମାଘ ପୂର୍ଣ୍ଣିମାରେ ପରବର୍ତ୍ତୀ ଅମୃତ ସ୍ନାନ ଆସିବ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ଆୟୋଜନ କରାଯାଇଛି। ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି। ଦେଢ ମାସ ଅର୍ଥାତ୍ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହାକୁମ୍ଭ ମେଳାରେ ଯୋଗଦେବା ଲାଗି ଦେଶ ବିଦେଶରୁ ବହୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁଙ୍କର ସୁଅ ଛୁଟୁଛି। ଓ୍ବାନ୍ ଓ୍ବେ ରୁଟ୍ ବ୍ୟବସ୍ଥା କରାଯାଇଛି। ଫେବୃଆରୀ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ପ୍ରୟାଗରାଜ ସହର ଓ ମେଳା କ୍ଷେତ୍ରରେ ଯାନବାହନ ପ୍ରବେଶ ବନ୍ଦ କରାଯାଇଛି। ଭିଭିଆଇପି ପାସ୍ ମଧ୍ୟ ରଦ୍ଦ କରାଯାଇଛି। ନୀରିକ୍ଷଣ ପାଇଁ ହେଲିକପ୍ଟର ମୁତୟନ କରାଯାଇଛି। ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ନିଜ ଗାଡି ସହର ବାହାରେ ପାର୍କିଂ କରିବାକୁ ପଡିବ। ଉତ୍ତର ପ୍ରଦେଶ ଏଡିଜି ପୁରା ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories