www.samajalive.in
Sunday, December 14, 2025
15.1 C
Bhubaneswar

ଘୁଙ୍ଗୁଡି ମାରୁଛନ୍ତି କି? ମଧୁମେହ ସହ ହୃଦରୋଗର ରହିଛି ବିପଦ, ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା

ଅନେକ ସମୟରେ ଶୋଇବା ବେଳେ କିଛି ଲୋକେ ଘୁଙ୍ଗୁଡି ମାରୁଥିବା ନିଶ୍ଚୟ ଶୁଣିଥିବେ। ତେବେ ଅଧିକାଂଶ ଲୋକଙ୍କ ଧାରଣା ଗଭୀର ନିଦ କାରଣରୁ ଏଭଳି ଘୁଙ୍ଗୁଡି ସମସ୍ୟା ହୋଇଥାଏ। ମାତ୍ର ଘୁଙ୍ଗୁଡି ଓ ସ୍ୱାସ୍ଥ୍ୟ ସହ ଜଡିତ ଏପରି କିଛି ତଥ୍ୟ ରହିଛି, ଯାହା ହୁଏତ ସିଭିଏଁ ଜାଣିନଥିବେ। ଏହା ଜାଣିବା ପରେ ଘୁଙ୍ଗୁଡି ମାରୁଥିବା ଲୋକଙ୍କୁ ନିଶ୍ଚୟ ଡାକ୍ତରଙ୍କ ସହ ପରାମର୍ଶ ନେବାକୁ ଜଣାଇବେ।

ଏକ ରିପୋର୍ଟ ଅନୁଯାୟୀ କିଛି ଲୋକେ ରାତିରେ ଘୁଙ୍ଗୁଡି ମାରନ୍ତି। ଏହା ସାଧାରଣ କଥା। ମାତ୍ର କିଛି ଲୋକଙ୍କ ଠାରେ ଅମ୍ଳଜାନ ଅଭାବ କାରଣରୁ ଏକ ପ୍ରକାର ହରମୋନ୍ ଶରୀରରେ କ୍ଷରଣ ହୋଇଥାଏ। ଏହାର ପ୍ରଭାବ ଶରୀର ଉପରେ ମଧ୍ୟ ପଡିଥାଏ।

- Advertisement -

ଏହି ହରମୋନ୍‌କୁ ଷ୍ଟ୍ରେସ୍ ହରମୋନ୍ କୁହାଯାଏ। ଏହା ରକ୍ତଚାପକୁ ବୃଦ୍ଧି କରିଥାଏ। ଏହା ଶରୀରରେ ଶର୍କରାର ସ୍ତରକୁ ବଢାଇବା ସହ ହୃଦୟ ଗତିକୁ ମଧ୍ୟ ବୃଦ୍ଧି କରିଥାଏ। ଏହା ଓଜନକୁ ମଧ୍ୟ ବୃଦ୍ଧି କରିଥାଏ। ଫଳରେ ଶରୀରରେ ବିଭିନ୍ନ ରୋଗ ସୃଷ୍ଟିର କାରଣ ପାଲଟିଥାଏ। ସଭିଏଁ ଚିନ୍ତା କରନ୍ତି କେଉଁ କାରଣରୁ ଏଭଳି ହେଉଛି। ଏହାର ମୁଖ୍ୟ କାରଣ ହେଉଛି ପାଥୋଲୋଜିକାଲ୍ ଘୁଙ୍ଗୁଡି (Pathological snoring)।

ଯେଉଁମାନଙ୍କୁ ନିୟମିତ ରାତିରେ ଘୁଙ୍ଗୁଡି ହେଉଛି, ସେମାନେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମାତ୍ର ଯେଉଁମାନେ ଦିନ, ରାତି ସମସ୍ତ ସମୟରେ ଏପରି କି ବସିବା ଅବସ୍ଥାରେ ଶୋଇବା ପରେ ମଧ୍ୟ ଘୁଙ୍ଗୁଡି ସମସ୍ୟା ରହୁଛି, ସେମାନେ ନିଶ୍ଚୟ ପରାମର୍ଶ ନେବା ଉଚିତ୍ । କାରଣ ଏମାନଙ୍କର ଅମ୍ଳଜାନ ସ୍ତର କମ୍ ରହିଥାଏ ବୋଲି କୁହାଯାଏ । ଅମ୍ଳଜାନ ସ୍ତର କମିବା ପରେ ନିଶ୍ୱାସ-ପ୍ରଶ୍ନାସ ଜନିତ ସମସ୍ୟା ସହ ଷ୍ଟ୍ରେସ୍ ହରମୋନ୍ କ୍ଷରଣ ହୋଇଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା..
ରାତିରେ ୮ ଘଣ୍ଟା ଶୋଇବା ପରେ ମଧ୍ୟ ସକାଳେ ଥକ୍କାପଣ ଅନୁଭବ ହେଲେ ଶରୀରକୁ ଶକ୍ତି ନମିଳିଲେ, ବସିବା ଅବସ୍ଥାରେ ମଧ୍ୟ ନିଦ ଲାଗିଲେ, ହଠାତ୍ ଓଜନ ବୃଦ୍ଧି ହେଲେ, ଶର୍କରାର ସ୍ତର ବଢିଲେ, ମାନ୍ଦା ଅନୁଭବ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ବଜେଟ୍‌ ୨୦୨୫-୨୬; କ’ଣ ଶସ୍ତା, ମହଙ୍ଗା

ଫେବୃଆରୀରେ ଅତ୍ୟନ୍ତ ଦୁର୍ଲ୍ଲଭ ତ୍ରିଗ୍ରହୀ ଯୋଗ; ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବେ ଶନିଦେବ, ସବୁ ଚିନ୍ତା ଦୂର ସହ ହେବେ ମାଲାମାଲ୍‌..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories