ଫେବୃଆରୀରେ ଅତ୍ୟନ୍ତ ଦୁର୍ଲ୍ଲଭ ତ୍ରିଗ୍ରହୀ ଯୋଗ; ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବେ ଶନିଦେବ, ସବୁ ଚିନ୍ତା ଦୂର ସହ ହେବେ ମାଲାମାଲ୍‌..

ଫେବୃଆରୀ ମାସ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବେଶ ମହତ୍ତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଏହି ମାସରେ ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରିବା ସହ ଦୀର୍ଘ ଏକ ବର୍ଷ ପରେ ଶନି ଓ ସୂର୍ଯ୍ୟଙ୍କ ବିଶେଷ ସଂଯୋଗ ହେବ । ଏହାସହ କୁମ୍ଭ ରାଶିରେ ସୂର୍ଯ୍ୟ, ବୁଧ ଓ ଶନି ଏକାଠି ହେବା ଦ୍ୱାରା ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ । ଏହି ଦୁର୍ଲ୍ଲଭ ଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ଭାଗ୍ୟବାନ୍‌ ହେବେ । ଏହି ପ୍ରଭାବରେ ଜାତକରେ ପଦନ୍ନୋତିର ଯୋଗ, ଧନଲାଭ, ସମ୍ପତ୍ତି ସହ ଜଡିତ ଅନେକ ଲାଭ ପ୍ରଦାନ କରିଥାଏ । ଜାଣନ୍ତୁ..

ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଫେବୃଆରୀ ମାସ ଅତ୍ୟନ୍ତ ଶୁଭଙ୍କର । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ପରିବାରରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ଧନ ସହ ଜଡିତ ସମସ୍ତ ସମସ୍ୟା ଦୂର ହେବ । ବ୍ୟବସାୟୀଙ୍କୁ ଖୁବ୍‌ ଲାଭ ମିଳିବ । ସମ୍ପର୍କ ମଜଭୁତ ହେବା ସହ ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପେଟ ଜନିତ ସମସ୍ୟା ହୋଇପାରେ ।

କର୍କଟ- ଜୀବନରେ କିଛି ସକରାତ୍ମକ ପରିବର୍ତ୍ତନ ହେବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଶୁଭଙ୍କର । ବ୍ୟବସାୟୀ ଲାଭବାନ୍‌ ହେବେ । ଯାତ୍ରାର ଯୋଗ ରହିଛି । ଆମଦାନୀ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ ।

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ସଫଳତା ସହ ଧନ ଲାଭର ଯୋଗ ରହିଛି । କର୍ମକ୍ଷେତ୍ରରେ ମନପସନ୍ଦ ମୁତାବକ ଫଳ ମିଳିବ । ନୂଆ କାର୍ଯ୍ୟ ଆରମ୍ଭ କରିବେ । ଭବିଷ୍ୟତରେ ବଡ ଧରଣର ଲାଭ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ଧାର୍ମିକ ଆୟୋଜନରେ ସାମିଲ ହେବାକୁ ସୁଯୋଗ ମିଳିବ ।

ତୁଳା- ଅତ୍ୟନ୍ତ ଶୁଭଫଳ ମିଳିବ । ସମସ୍ତ କାର୍ଯ୍ୟରେ ସଫଳତା ସହ ଉନ୍ନତି ହେବ । ଅଟକି ଥିବା କାମ ପୂରଣ ହେବ । ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ । ସମ୍ପର୍କ ମଜଭୁତ ହେବ ।

ଧନୁ- ସଫଳତା, ମାନସମ୍ମାନ ଓ କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ନୂଆ ଦାୟିତ୍ୱ ସହ ପଦନ୍ନୋତିର ଯୋଗ ରହିଛି । ବିଦେଶ ଯାତ୍ରାର ଯୋଗ ରହିଛି । ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହେବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ ।

ବାର ଅନୁଯାୟୀ ସ୍ନାନ ଜଳରେ ମିଶାଇଲେ ଏହି ଜିନିଷ ବଦଳିଯିବ ଭାଗ୍ୟ

Comments are closed.