www.samajalive.in
Saturday, December 6, 2025
16.1 C
Bhubaneswar

ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ଭୟଙ୍କର ବିସ୍ଫୋରଣ, ଗାଡ଼ିରୁ ଉଡ଼ି ଲୋକଙ୍କ ଘରେ ପଡ଼ିଲା ସିଲିଣ୍ଡର

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ଗାଜିଆବାଦରେ ଶନିବାର ଭୋର ସମୟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକରେ ନିଆଁ ଲାଗିଯିବାରୁ ଏକାଧିକ ସିଲିଣ୍ଡର ଫାଟି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ତୀବ୍ର ଥିଲା ଯେ ଦୀର୍ଘ କିଲୋମିଟର ଦୂର ପର୍ଯ୍ୟନ୍ତ ଅଞ୍ଚଳ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଯେଉଁଥିରେ ବିସ୍ଫୋରଣର ଦୃଶ୍ୟ ସାମ୍ନାକୁ ଆସିଛି। ଭୋର ସାଢ଼େ ୩ଟାରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଆଖପାଖର ଦୋକାନ ଏବଂ କିଛି ବାସଗୃହ ଜଳି ପୋଡ଼ି ଯାଇଛି। ଏପରି କି ଟ୍ରକରୁ କିଛି ସିଲିଣ୍ଡର ଦୂର ପର୍ଯ୍ୟନ୍ତ ଛିଟିକି ଯାଇ ନିକଟରେ ରହୁଥିବା ଲୋକଙ୍କ ଘରେ ମଧ୍ୟ ପଡ଼ିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories