www.samajalive.in
Saturday, December 6, 2025
15.1 C
Bhubaneswar

ନକଲି ମଦ ନା ବିଷକ୍ରିୟା: ସନ୍ଦେହ ଘେରରେ ଦୁଇ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ଵର: ରାଜଧାନୀରେ ଦୁଇ ଜଣ ଯୁବକଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଖାରବେଳ ନଗର ଥାନା ଅଧୀନ ପଞ୍ଜାବୀ କଲୋନୀରେ ଥିବା ମୋ ପିଠା କାରଖାନା ପରିସରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ମୃତ ଯୁବକ ଜଗତସିଂହପୁର ଦେବାଶିଷ ସାହୁ ଓ ଜ୍ଞାନରଞ୍ଜନ ବେହେରା ବୋଲି ଜଣାପଡିଛି। ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସାଇଣ୍ଟିଫିକ୍ ଦଳ ସହ ଘଟଣାସ୍ଥଳରେ ତଦନ୍ତ କରିଥିଲେ। ସେମାନଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି। ବିଷକ୍ରିୟା ନା ମଦ କିମ୍ବା କୌଣସି ନକଲି ନିଶାଦ୍ରବ୍ୟ ଖାଇବା ଦ୍ଵାରା ଏଭଳି ମୃତ୍ୟୁ ଘଟିଛି । ସେ ନେଇ ପୁଲିସ୍ ତଦନ୍ତ ଜାରି ରଖିଛି। କେଉଁ ପରିସ୍ଥିତିରେ ସେମାନଙ୍କର ମୃତ୍ୟୁ ଘଟିଲା, ସେ ନେଇ ସଂସ୍ଥାର ମାଲିକଙ୍କୁ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories