www.samajalive.in
Monday, December 15, 2025
14.1 C
Bhubaneswar

ଡୁମୁରିଆ କ୍ଲଷ୍ଟରରେ ନିପୁଣ ଓଡ଼ିଶା ମେଳା 

ପାଟଣା : ପାଟଣା ଗୋଷ୍ଠୀ ଶିକ୍ଷା ଅଧୀନ ଡୁମୁରିଆ କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡୁମୁରିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏନ.ଇ.ପି. ୨୦୨୦ ର ଲକ୍ଷ୍ୟ ହାସଲ ନିମନ୍ତେ ନିପୁଣ ଭାରତର ମାର୍ଗଦର୍ଶନରେ ନିପୁଣ ଓଡିଶା ମେଳା ସି.ଆର.ସି.ସି. ଯୁଧିଷ୍ଠିର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଳିତ ହୋଇଛି । ଉଦଘାଟନ ସମାରୋହରେ ନୂଆଗାଁ ଗ୍ରାମର ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ କେଶବ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍ଘାଟନ କରିଥିଲେ ଓ ଏହାର ମୁଖ୍ୟ ଉଦ୍ଦେଶ୍ୟ ଜଣାଇବାସହିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ମେଳାରେ କ୍ଳଷ୍ଟରର ୧୩ଟି ବିଦ୍ୟାଳୟରୁ ୧୮୦ ରୁ ଅଧିକ ଏଫ.ଏଲ.ଏନ. ଛାତ୍ରଛାତ୍ରୀ, ଶତାଧିକ ଅଭିଭାବକ, ପ୍ରତି ବିଦ୍ୟାଳୟରୁ ଜଣେ ଶିକ୍ଷକ ଓ ଏକାଧିକ ଗୋଷ୍ଠୀର ସଦସ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅଂଶଗ୍ରହଣକାରୀମାନେ ୪ ପ୍ରକାର ଷ୍ଟଲ ଆଣିଥିଲେ ।ସାକ୍ଷରତା ଷ୍ଟଲ, ସଂଖ୍ୟା ଜ୍ଞାନ ଷ୍ଟଲ, ସୃଜନାତ୍ମକ ଷ୍ଟଲ ଓ ମତାମତ ଷ୍ଟଲ । ଏହିପରି ୨୦୦ ରୁ ଅଧିକ ଷ୍ଟଲ ପ୍ରଦର୍ଶନ କରାଯାଇଥିଲା ।

ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରତି ଷ୍ଟଲ ବୁଲି ଏହାର ବ୍ୟବହାର ଓ ଉଦ୍ଦେଶ୍ୟ ବୁଝିନେଇଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ମୁର୍ମୁଙ୍କ ସଭାପତିତ୍ୱରେ ଉଦଯାପନୀ ସମାରୋହରେ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଡୁମୁରିଆ ସମିତି ସଭ୍ୟା ଜୟନ୍ତୀ ନାଏକ, ମୁଖ୍ୟ ବକ୍ତା ଭାବେ ଗୀତିକାର ତଥା କଳାକାର ସାବିତ୍ରୀ ବେହେରା, ସମ୍ମାନୀତ ଅତିଥି ପାଟଣା ବ୍ଲକର ବିକାଶ ଚନ୍ଦ୍ର ମହାନ୍ତ, ସନ୍ଧ୍ୟାରାଣୀ ନାଏକ ଯୋଗ ଦେଇଥିଲେ। ଶିକ୍ଷକ ଲଳିତ ମୋହନ ମହାନ୍ତ ସଭାକୁ ପରିଚାଳନା କରିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରୁ ତିନିଜଣ ଲେଖା କୃତି ଛାତ୍ରଛାତ୍ରୀମାନଙ୍କୁ ମନୋନୀତ କରି ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିବାସହିତ ପ୍ରତି ବିଦ୍ୟାଳୟକୁ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରାଯାଇଥିଲା ।ବରିଷ୍ଠ ଶିକ୍ଷକ ଚନ୍ଦ୍ରମଣି ସେଠି, ଭରତ ଚନ୍ଦ୍ର ମହାନ୍ତ, ଉଦୟ ନାଥ ଦେହୁରୀ, ମୁନିବର କାରୁଆ, ବାଜିନ ମୁଣ୍ଡା, ତପସ୍ୱିନୀ ମହାନ୍ତ, ସନ୍ଧ୍ୟାରାଣୀ ନାଏକ, ପ୍ରଶାନ୍ତ କୁମାର ମହାନ୍ତ, ମୀନକେତନ ମହାନ୍ତ, ଚୈତନ୍ୟ କୁମାର ନାଏକ, ଜ୍ୟୋତ୍ସ୍ନା ରାଣୀ ମହାନ୍ତ, ସୁଷମା ସିଂ, କନ୍ଦର୍ପ ବାରିକ, ମାଙ୍ଗିଲାଲ ସିଂ, କଂସରାଜ ନାଏକ, ପ୍ରତିମା ନାଏକ, ରଚନା ପଣ୍ଡା, ଶ୍ରୀକାନ୍ତ ଜେନା ପ୍ରଭୃତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories