www.samajalive.in
Monday, December 15, 2025
24.1 C
Bhubaneswar

୨୦୨୪ରେ ଠକେଇ: ପ୍ରତି ୩ରୁ ଜଣେ ଭାରତୀୟ ହରାଇଛନ୍ତି ଟଙ୍କା

ନୂଆଦିଲ୍ଲୀ: ପ୍ରତି ୩ଜଣରୁ ଜଣେ ଭାରତୀୟ ୨୦୨୪ରେ ଆର୍ଥିକ ଠକେଇର ଶିକାର ହୋଇଛନ୍ତି। ଆମେରିକାସ୍ଥିତ ତଥ୍ୟ ଅନୁଶୀଳନ ଫାର୍ମ ‘ଫିକୋ’ ତଥ୍ୟରୁ ଏହା ଜଣାପଡ଼ିଛି। ଫିକୋ ୧୪ଟି ଦେଶର ପ୍ରାୟ ୧୧,୦୦୦ ଗ୍ରାହକଙ୍କ ସହିତ ୧୦୦୦ ଭାରତୀୟଙ୍କ ଉପରେ ସର୍ଭେ କରିଥିଲା। ଯେଉଁଥିରେ ରିଅଲ୍-ଟାଇମ୍ ପେମେଣ୍ଟ(ଆର୍‌ଟିପି), ଠକେଇ ଏବଂ ବ୍ୟାଙ୍କଗୁଡ଼ିକର ଠକେଇ ପରିଚାଳନା କ୍ଷମତା ସହିତ ସେମାନଙ୍କର ଅଭିଜ୍ଞତା ଯାଞ୍ଚ କରାଯାଇଥିଲା।

‘୨୦୨୪ ଠକେଇ ପ୍ରଭାବ ରିପୋର୍ଟ: ଭାରତ’ରେ ଉଲ୍ଲେଖ ହୋଇଛି ଯେ, ୩୪ ପ୍ରତିଶତ ଭାରତୀୟ ସାମଗ୍ରୀ, ସେବା ଓ ନିବେଶ ପାଇଁ ଅର୍ଥ ଦେଇଥିଲେ ମଧ୍ୟ ବଦଳରେ କିଛି ବି ପାଇ ନାହାନ୍ତି। ୪୫ ପ୍ରତିଶତ ଲୋକ କହିଛନ୍ତି ଯେ ଠକେଇ ରୋକିବା ପାଇଁ ବ୍ୟାଙ୍କ ପକ୍ଷରୁ ଉନ୍ନତ ଠକେଇ ଚିହ୍ନଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭାରତରେ ଠକେଇ ବଢ଼ିବା ସହ ଗୁରୁତର ହୋଇଛି, ଏବଂ ଆର୍ଥିକ କ୍ଷତି ବୃଦ୍ଧି ପାଇଛି। ୨୦୨୩ ତୁଳନାରେ ୨୦୨୪ରେ ଠକେଇ ବଢ଼ିଛି।

- Advertisement -

ଅଧିକ ପରିମାଣର ଠକେଇ, ଯାହା ୮ ଲକ୍ଷ ଟଙ୍କା ଅଧିକ ତାହା ପୂର୍ବ ବର୍ଷ ୨% ଥିବାବେଳେ ୨୦୨୪ରେ ୪%କୁ ବୃଦ୍ଧିପାଇଛି। ସେହିପରି ୫୦ ହଜାର ଟଙ୍କା ମଧ୍ୟରେ ଛୋଟ ଛୋଟ ଠକେଇ ୫୬ ପ୍ରତିଶତ ରହିଛି। ସେହିପରି ଭାରତରେ ରିଅଲ୍-ଟାଇମ୍ ପେମେଣ୍ଟ(ଆର୍‌ଟିପି) ବ୍ୟବହାର ବଢ଼ିବାରେ ଲାଗିଛି। ତେଣୁ ବ୍ୟାଙ୍କଗୁଡ଼ିକୁ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ କରି ସ୍ୱୟଂଚାଳିତ ଠକେଇ ରୋକିବା ବ୍ୟବସ୍ଥାକୁ ବ୍ୟବହାର କରିବା, ସ୍ପଷ୍ଟ ଭାବରେ ବିପଦ ସମ୍ପର୍କରେ ଯୋଗାଯୋଗ କରିବା ଏବଂ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ଦୃଢ଼ ଠକେଇ ପ୍ରତିରକ୍ଷା ବ୍ୟବସ୍ଥା ପ୍ରଦାନ କରିବା ଉଚିତ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories