www.samajalive.in
Wednesday, December 10, 2025
17.1 C
Bhubaneswar

ପାଟଣା ବଜାର ମୁଖ୍ୟ ଛକ ଅନ୍ଧାର, ଷ୍ଟ୍ରିଟ ଲାଇଟ ଭାଙ୍ଗିଥିଲା ଟ୍ରକ୍

ପାଟଣା : ପାଟଣା ବଜାର ଅଞ୍ଚଳ ବ୍ଲକ ମୁଖ୍ୟ ଛକ ଏକମାସ ହେବ ଅନ୍ଧାରରେ ରହିଛି। ଏକ ଟ୍ରକ ମୁଖ୍ୟ ଛକରେ ଥିବା ଷ୍ଟ୍ରିଟ ଲାଇଟ ଖୁଣ୍ଟକୁ ଧକ୍କା ଦେବାରୁ ତାହା ଭାଙ୍ଗି ଯାଇଥିଲା। ସେହିଦିନଠାରୁ ବଜାର ମୁଖ୍ୟ ଛକ ଅନ୍ଧାରରେ ଅଛି। ଜନଗହଳି ପୂର୍ଣ୍ଣ ବଜାର ମଝିରେ ଥିବା ଏହି ଛକ ଅନ୍ଧାର ଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି। ଅନେକ ସମୟରେ ଛୋଟ ମୋଟ ଦୁର୍ଘଟଣା ହେବା ସହିତ ରାସ୍ତା କଡରେ ଥିବା ଡ୍ରେନରେ ମଧ୍ୟ ଲୋକେ ଖସି ପଡୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାଟଣା ବଜାରରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ବଜାର ଅନ୍ଧାର ରହିଲେ ଚୋରମାନଙ୍କୁ ଚୋରି କରିବା ପାଇଁ ସୁବିଧା ହେଉଥିବା ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି। ତେଣୁ ଯଥା ଶୀଘ୍ର ପାଟଣା ବଜାରରେ ଷ୍ଟ୍ରିଟ ଲାଇଟ ଲଗାଇ ଆଲୋକୀକରଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories