www.samajalive.in
Monday, December 15, 2025
16.1 C
Bhubaneswar

ନିର୍ମାଣାଧୀନ ଘରେ ଗଚ୍ଛିତ ଥିଲା ୮୫ କୁଇଣ୍ଟାଲ ଧାନ, ଜବତ କଲା ଯୋଗାଣ ବିଭାଗ

ପୋଡ଼ିଆ : ଚାଷୀଙ୍କ ନିକଟରୁ ଧାନ ଆଣି ବାହାରକୁ ଚାଲାଣ ପାଇଁ ଗଛିତ ରଖିଥିଲେ । ହେଲେ ମାଡି ବସିଲା ଯୋଗାଣ ବିଭାଗ। ୮୫ କୁଇଣ୍ଟାଲରୁ ଅଧିକ ଧାନ ଜବତ ହୋଇଛି ।  ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଏମଭି ୭୯ ଥାନା ଅଞ୍ଚଳରେ ଏମଭି ୭୯ ସଦରରେ ଏମିତି ଘଟଣା ସାମ୍ନାକୁ ଆସିଛି । ବେଆଇନ ଧାନ ଗଛିତ ଥିବା ଖବର ପାଇ ଯୋଗାଣ ଅଧିକାରୀ ଓ ପୁଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଗୋଦାମରେ ୮୫ କୁଇଣ୍ଟାଲ ଅର୍ଥାତ ୧୬୦ ବସ୍ତାରୁ ଅଧିକ ଧାନ ଗଛିତ ଥିବା ଯୋଗାଣ ବିଭାଗ ଦେଖିବାକୁ ପାଇଥିଲା ।

ଚଢ଼ାଉ ସମୟରେ ଏହି ଧାନ ବିଷୟରେ ନିର୍ମାଣାଧୀନ ଘର ମାଲିକଙ୍କୁ ପଚାରିବାରୁ ତାଙ୍କ ଅବଗତରେ ଏହି ଧାନ ରଖା ଯାଇ ନ ଥିବା କହିଛନ୍ତି। ସୂଚନା ଯୋଗ୍ୟ ଯେ ଏହି ନିର୍ମାଣାଧୀନ ଘର ପରିସରରେ ଯାଞ୍ଚ ପାଇଁ ଯୋଗାଣ ବିଭାଗ ପଶିବା ସମୟରେ ଏମଭି ୭୯ ଅଞ୍ଚଳର ଜଣେ ବ୍ୟବସାୟୀ ଦୀପଙ୍କର ଦେବନାଥ ଏହି ଧାନ ରେଣୁ ବାଲା ମଣ୍ଡଳଙ୍କର ବୋଲି କହିଥିଲେ। ହେଲେ ଉକ୍ତ ନାମଧାରୀ ଚାଷୀଙ୍କର ଧାନ ପୂର୍ବରୁ ଉଠିଥିବା ସହ ଦୀପଙ୍କର କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ଗଚ୍ଛିତ ଧାନବସ୍ତା ଗୁଡ଼ିକୁ ଉଠାଇ ନେଇଥିଲା ବିଭାଗ। ଏହା ସହିତ ଏତେ ପରିମାଣର ଧାନ କେଉଁଠୁ ଆଣିଲେ ଏବଂ କୁଆଡେ ଚାଲାଣ କରାଯିବାର ସମ୍ଭାବନା ଥିଲା ତାହାର ତଦନ୍ତ କରୁଛି ବିଭାଗ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories